ମାଷ୍ଟରକ୍ୟାଣ୍ଟିନ୍ ଛକରେ ପୋଲିସ-ଛାତ୍ରଛାତ୍ରୀ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି + ୨ ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଡିନ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଉତ୍ତେଜନା । ପୋଲିସ ଓ ଛାତ୍ରଛାତ୍ରୀ ଧସ୍ତାଧସ୍ତି ।
ସୂଚନା ଥାଉକି , କରୋନା ସଂକ୍ରମଣ କମିବା ପରେ ଅଫଲାଇନ୍ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । କିନ୍ତୁ ଛାତ୍ରଛାତ୍ରୀମାନେ ଏହି ଅଫ୍ଲାଇନ୍ ପରୀକ୍ଷାକୁ ବିରୋଧ କରୁଛନ୍ତି । ତୁରନ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଛନ୍ତି ।ଏହିସବୁ ଦାବି ନେଇ ଛାତ୍ରଛାତ୍ରୀମାନେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଯାହାକୁ ନେଇ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି ।