ଜେଟ୍ ଏୟାରୱେଜ୍ରେ ସାଲାରି ବିବାଦ, ଛୁଟିରେ ଏକାଧିକ ପାଇଲଟ୍, ୧୪ ବିମାନର ଉଡ଼ାଣ ବାତିଲ
ଓଡିଶା ଫାଷ୍ଟ (ବ୍ୟୁରୋ): ଜେଟ୍ ଏୟାରୱେଜ୍ରେ ସାଲାରିକୁ ନେଇ ଚାଲିଥିବା ବିବାଦର ପ୍ରଭାବ ଏବେ ବିମାନ ଉଡାଣ ଉପରେ ପଡ଼ିଛି । ଦୀର୍ଘ ଦିନ ହେଲା ଜେଟ୍ ଏୟାରୱେଜ୍ କର୍ମଚାରୀମାନଙ୍କୁ ଦରମା ଦେଇ ନଥିବା ଅଭିଯୋଗ ହୋଇଥିଲା । ଏଥିଯୋଗୁଁ ଏୟାର୍ୱେଜ୍ର କେତେ ଜଣ ପାଇଲଟ୍ ଅଚାନକ ଅସୁସ୍ଥ ହୋଇପଡ଼ିଥିବାରୁ ଛୁଟିରେ ଯାଇଛନ୍ତି । ଏଥିପାଇଁ ୧୪ଟି ବିମାନର ଉଡ଼ାଣ ବାତିଲ କରାଯାଇଛି । ଅନ୍ୟପଟେ ପରିଚାଳନାଗତ ସମସ୍ୟା ଯୋଗୁ ବିମାନଗୁଡ଼ିକୁ ବାତିଲ କରାଯାଇଥିବା କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି । ତେବେ ପାଇଲଟମାନେ ଦୀର୍ଘ ଦିନ ହେଲା ଦରମା ପାଇ ନ ଥିବାରୁ ଏଥିରେ କ୍ଷବ୍ଧ ହୋଇ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଛୁଟିରେ ଯାଇଥିବା ଜଣାପଡ଼ିଛି । ଏପରିକି କମ୍ପାନୀ ପକ୍ଷରୁ ଗତ ସେପ୍ଟେମ୍ବର ମାସରୁ ପାଇଲଟ୍ମାନଙ୍କୁ ଦରମାର ଆଂଶିକ ପରିମାଣ ଦିଆଯାଥିଲା । ତେବେ କେତେକ ପାଇଲଟ୍ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏନେଇ କୌଣସି ସୁଫଳ ମିଳିପାରି ନାହିଁ ।