ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟିକୁ ନେଇ କଂଗ୍ରେସର ହୀନ ଷଡଯନ୍ତ୍ର ପ୍ରତିବାଦରେ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଅନୁସୁଚିତ ଜାତି ମୋର୍ଚ୍ଚାର ନୀରବ ଧାରଣା

0

ଦେଶର ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଧିଷ୍ଠ ଦଳର ନୁହନ୍ତି, ବରଂ ସମ୍ବିଧାନ ଅନୁଯାୟୀ ଦେଶ ଶାସନ ବ୍ୟବସ୍ଥାର ପ୍ରମୁଖ ଏବଂ ସାମ୍ବିଧାନିକ ଅନୁଷ୍ଠାନ । ତୃଟିପୂର୍ଣ୍ଣ ସୁରକ୍ଷା କାରଣରୁ ଆମେ ଅତୀତରେ ଦେଶର ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରେଇଛୁ, ତାହା କଂଗ୍ରେସ ଦଳ ଭୁଲି ନଯିବା ଉଚିତ । କିନ୍ତୁ ଗତ ୫ ତାରିଖ ଦିନ ହୀନ ଷଡଯନ୍ତ୍ର ରଚାଯାଇ ଯେଉଁ ଭଳି ଭାବେ ଦେଶର ପ୍ରଧାନମନ୍ତ୍ରୀଙ୍କ କ୍ଷତି ଓ ତୃଯି ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପଂଜାବରେ ଶାସକ କଂଗ୍ରେସ ସରକାର କରିଥିଲେ, ତାହା ଅତ୍ୟନ୍ତ ଘୃଣ୍ୟ ଓ ଅକ୍ଷମଣୀୟ । ଆନ୍ଦୋଳନ ନାଁରେ ରାସ୍ତାକୁ ଅବରୋଧ କରାଯାଇ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ଦୀର୍ଘ ୨୦ ମିନିଟ କାଳ ଏକ ବ୍ରିଜ ଉପରେ ରୋକାଯିବା ପଂଜାବରେ ବିଧ୍ୱସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ବାଖ୍ୟା କରୁଛି । ଘଟଣାରେ ନିଜକୁ ଅନୁତପ୍ତ କରି କ୍ଷମା ମାଗିବା ପରିବର୍ତେ କଂଗେସ ନେତୃତ୍ୱ ନିଜ ମଣ୍ଡରୁ ଦୋଷ ଖସଇ କେନ୍ଦ୍ର ସରକାର, ବିଜେପିକୁ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସହିଷ୍ଣୁତାର ଚରମ ସୀମା ଉଲ୍ଲଂଘନ ପାରି କରିଛନ୍ତି । ପଂଜାବ ରାଜ୍ୟରେ କଂଗ୍ରେସ ଶାସିତ ସରକାରର ଏଭଳି ହୀନ କାର୍ଯ୍ୟ ବିରୋଧରେ ଆଜି ବିଜେପି ରାଜ୍ୟ ଅନୁସୁଚିତ ଜାତି ମୋର୍ଚ୍ଚା ତରଫରୁ ଭୂବନେଶ୍ୱରସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଧାରଣା ଦିଆଯାଇଥିଲା ।
ଏହି ଧାରଣରେ ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, ରାଜ୍ୟ ଗଣମାଧ୍ୟ ବିଭାଗ ମୁଖ୍ୟ ଦିଲିପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବସନ୍ତ ନାଏକ, ମନିଜର ଆର୍ଯ୍ୟ, ଚନ୍ଦନ ସ୍ୱରାଜ, ରାଘବ ମଲ୍ଲିକ, ଦାମୋଦର ବେହେରା, ସୁପ୍ରିୟା ଶତପଥି, ଚୟଶ୍ରୀ ବେହେରା, ଅଶୋକ ସେଠୀ, ଜଗନ୍ନାଥ ବେହେରା, ଶିବ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।
ଋାଜ୍ୟରେ ବିଭିନ୍ନ ଜିଲ୍ଲାରେ ଅନୁସୁଚିତ ଜାତି ମୋର୍ଚ୍ଚା ତରଫରୁ ସମ୍ବିଧାନ ପ୍ରଣୟତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଧାରଣା ପ୍ରଦର୍ଶନ କରି ନୀରବ ପ୍ରତିବାଦ କରାଯାଇଛି ।

Leave a comment