ପୌର ନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ରେକର୍ଡ ବିଜୟ ପରେ ପୌର ନିର୍ବାଚନ ପାଇଁ ବିଜେଡ଼ି ପ୍ରସ୍ତୁତ କରିଛି ନିଜ ରଣନୀତି । ଲକ୍ଷ ରଖିଛି ଭୁବନେଶ୍ୱରର ୬୭ଟି ଯାକ ୱାର୍ଡ ହାତେଇବାକୁ । ସେଥିପାଇଁ ପ୍ରତେକ ବିଧାୟକଙ୍କୁ ୩ଟି ୱାର୍ଡର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବିଧାୟକଙ୍କ ଅଧୀନରେ ଜଣେ ଛାତ୍ର ନେତା, ଜଣେ ଯୁବ ନେତା ଏବଂ ଜଣେ ମହିଳା ନେତ୍ରୀଙ୍କୁ ନିଯୁକ୍ତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ଯେପରିଭାବେ ସମସ୍ତେ ଏକଜୁଟ ହୋଇ ନିର୍ବାଚନ ଲଢ଼ିଥିଲେ ଏବଂ ବିପୁଳ ବିଜୟ ହାସଲ କରିଥିଲେ ସେହିପରି ପୌର ନିର୍ବାଚନ ବାଜିମାତ କରିବାକୁ ବିଜେଡ଼ି ଏହିପରି ଷ୍ଟାଟେଜି ପ୍ରସ୍ତୁତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅଧିନରେ ୨୪ଟି ୱାର୍ଡ ରହିଥିବା ବେଳେ ୮ଜଣ ବିଧାୟକଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଛି । ମଧ୍ୟ ନିର୍ବାଚନ ମଣ୍ଡଳୀ ଅଧୀନରେ ୧୯ଟି ୱାର୍ଡ ରହିଛି । ତେଣୁ ଏହି ୱାର୍ଡ ଦାୟିତ୍ୱ ୭ଜଣ ବିଧାୟକଙ୍କୁ ପ୍ରଦାନ କରାଯାଇଛି । ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୨୪ଟି ୱାର୍ଡ ଦାୟିତ୍ୱ ୮ ବିଧାୟକଙ୍କୁ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତି ଏବଂ ଜନକଲ୍ୟାଣ କାର୍ଯ୍ୟକ୍ରମ ଯୋଗୁଁ ସେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି । ତେଣୁ ତାଙ୍କ ଲୋକପ୍ରିୟତା ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ଏହି ଲୋକପ୍ରିୟତକୁ ବଜାୟ ରଖିବାକୁ ବିଜେଡ଼ି ଦଳ ଏକତ୍ରିତ ଭାବେ କାର୍ଯ୍ୟ କରି ଭୁବନେଶ୍ୱର ପୌର ଅଧିନସ୍ଥ ସମସ୍ତ ୬୭ ୱାର୍ଡରେ ବିଜେଡ଼ିର ବିଜୟ ଧ୍ବଜା ଉଡାଇବାକୁ ଆରମ୍ଭ କରିଛି ଷ୍ଟାଟେଜି । ଯାହାକି ବିରୋଧୀ ଦଳର ହୋସ ଉଡାଇ ଦେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

Leave a comment