8 ସନ୍ଧ୍ୟାରେ ବାତ୍ୟା: 10 ରେ 4 ଜିଲ୍ଲାରେ ବର୍ଷିବ
ଭୁବନେଶ୍ୱର: 8 ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସଙ୍କ ପ୍ରେସମିଟ୍ । ପରବର୍ତ୍ତୀ ସମୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । 10 ତାରିଖରେ 4 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର,ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଆକଳନ କରାଯାଉଛି ।
ସମୁଦ୍ର ଅଶାନ୍ତ ଅଛି, ସମୁଦ୍ରରେ ଥିଲେ ଖୁବଶୀଘ୍ର ଫେରି ଆସିବାକୁ କୁହାଯାଇଛି । 10 ତାରିଖ ଯାଏ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ଉତ୍ତର ପଶ୍ଚିମ ଦିଗରେ ଗତି ସମୟରେ ପବନର ତୀବ୍ରତା ବଢିବ । 10 ସୁଦ୍ଧା ଓଡିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଉପକୂଳ ଛୁଇଁବ । ସମୁଦ୍ର ଅଞ୍ଚଳରେ ପବନ ବେଗ 70 ରୁ 80 କିମି ରହିବ । ଏହା ବଢି 90 ହୋଇପାରେ ବୋଲି ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି ଏଚଆର ବିଶ୍ୱାସ।