ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବୟାନ ବାଜି!

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିରକୁ ନେଇ ଆରମ୍ଭ ହୋଇଛି ବୟାନ ବାଜି। ବଡ଼ଦେଉଳକୁ ନେଇ ରାଜନୀତି କରନାହିଁ ବୋଲି ସବୁ ରାଜନୈତିକ ଦଳ କହୁଛନ୍ତି । କିନ୍ତୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳକୁ ନେଇ ଜୋରଧରିଛି ରାଜ୍ୟ ରାଜନୀତି । ନେତାଙ୍କ ମଧ୍ୟରେ ଲାଗିରହିଛି ତୁ ତୁ ମେମେ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କିଏ କରୁଛି ଶୋ ବାଜି ? କରିଡ଼ରକୁ ନେଇ ରାଜନୀତି ଜୋରଦାର । ରାଜନୀତି କରନାହିଁ କହି କରୁଛନ୍ତି ରାଜନୀତି।

ରାଜନୀତି କିଏ କରୁଛି? ରାଜନୀତି କରିବାକୁ କିଏ ଦେଉଛି ପ୍ରଶ୍ରୟ, ତାହା ପ୍ରଥମେ ସରକାର ସ୍ପଷ୍ଟ କରୁ । ବିଜେପି କହିଛି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ କରିବା କ’ଣ ଭୁଲ? ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାହା କହିଛନ୍ତି ଠିକ୍ କହିଛନ୍ତି । ଏଏସଆଇର ବିନା ଅନୁମତିରେ କ’ଣ ପାଇଁ କାର୍ୟ୍ୟ ଚାଲିଛି? ଏଏସଆଇ କାହିଁକି ସ୍ପଷ୍ଟ କରୁନାହିଁ । ପୁରୀରେ ସାଂସଦଙ୍କ ସହ ଯାହା ଘଟିଛି ତାକୁ ନିନ୍ଦା କରିଛୁ ବୋଲି ବିଜେପି କହିଛି ।

ବଡ଼ ଦେଉଳର ସୁରକ୍ଷାକୁ ନେଇ ସ୍ୱର ଉଠାଉଥିବା ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛି ବିଜେଡି । ସେ କେବଳ ସୋ ବାଜି କରୁଛନ୍ତି। ତାଙ୍କୁ ତାଙ୍କ ଦଳ ମଧ୍ୟ ସମର୍ଥନ କରୁନି। ସରକାରୀ ଅଫିସର ତାଙ୍କୁ ମନା କରିବା ସତ୍ତ୍ୱେ ସେ ପୁରୀ ଯିବା ଉଚିତ୍ ନଥିଲା । ସେବାୟତ ଓ ଗଜପତି କହୁଛନ୍ତି ଉଚିତ୍ କାର୍ୟ୍ୟ ହେଉଛି । ସେ ଏକା କହୁଛନ୍ତି ଭୁଲ ହେଉଛି ।

Leave a comment