‘କରୋନା’ ପାଇଁ ଟୋଲ ଫ୍ରି ନମ୍ବର ଜାରି କଲେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚୀନର ଭୟଙ୍କର ‘କରୋନା’ ଭାଇରସ ପାଇଁ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭ l
ସେହିପରି କରୋନା ଭାଇରସକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଆରମ୍ଭ କଲେଣି ପ୍ରସ୍ତୁତି। ଗତକାଲି ରାଜ୍ୟର ପ୍ରମୁଖ ମେଡିକାଲ ମାନଙ୍କରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ଆରମ୍ଭ ହୋଇଛି ଯାଞ୍ଚ ।କ୍ୟାପିଟାଲ ହସପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଟିମ କରାଯାଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରୁଥିବା ନେଇ ଜଣାପଡିଛି ।

Leave a comment