ଓଡିଶାକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ କଟକଣା ପରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନେ ଓଡିଶା ଫେରିବେ ।  ତେବେ ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

ସୂଚନା ଅନୁଯାୟୀ, ପ୍ରବାସୀ ଓଡିଆମାନଙ୍କ ପାଇଁ କ୍ୱାରେଣ୍ଟିନ ବ୍ୟବସ୍ଥା କରାଯାଇଛି । ୧୪ ଦିନ ସେମାନେ କ୍ୱାରେଣ୍ଟିନରେ ରହିବେ । ଶ୍ରମିକମାନଙ୍କ ରହିବା, ଖାଇବା, ସ୍ୱଚ୍ଛତା ରକ୍ଷାଠାରୁ ଆରମ୍ଭ କରି ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ କରିବେ ସରକାର । ଜଣେ ଶ୍ରମିକଙ୍କ ପାଇଁ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେବ ଏହାକୁ ଘୋଷଣା କରିଛନ୍ତି ସରକାର ।କ୍ୱାରେଣ୍ଟିନରେ ରହିଥିବା ପ୍ରତି ସାବାଳଙ୍କ ପାଇଁ ଜଣ ପିଛା ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇର୍ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଚ୍ଛତା ରକ୍ଷା ବାବଦକୁ ୩ଶହ ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ ଦିନ ସକାଳୁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତି ଭୋଜନର ବ୍ୟବସ୍ଥା କରାଯିବ । ସେହିଭଳି ସମସ୍ତଙ୍କ ପାଇଁ ଦାନ୍ତଘଷା ବ୍ରସ, ସାବୁନ, ତେଲ, ମାସ୍କ, ସାନିଟାଇଜର, ମଗ ଓ ବାଲଟି ଆଦି ଯୋଗାଇ ଦିଆଯିବ । ପ୍ରଶାସନର ଏଭଳି ସୁବିଧାକୁ ଶ୍ରମିକମାନେ ଖୁସି ପ୍ରକଟ କରିଛନ୍ତି ।

Leave a comment