ରାଜ୍ୟପାଳ ଙ୍କ ଗ୍ରସ୍ତ କୁ ନେଇ ତଥ୍ୟ ମାଗିଲେ ରାଜ୍ୟ ସରକାର

0

ଓଡିଶା ଫାଷ୍ଟ(ବ୍ୟୁରୋ) : ଓଡିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ଗ୍ରସ୍ତ ରେ ହୋଇଥିବା ଖର୍ଚ୍ଚ କୁ ନେଇ ସୃଷ୍ଟି ହୋଇଛି ବିବାଦ। ଶ୍ରୀ ଲାଲ ସ୍ୱତନ୍ତ୍ର ଜେଟ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଏବଂ ସେଠାରୁ ହେଲିକପ୍ଟର ଯୋଗେ ଦିଲ୍ଲୀରୁ ହରିୟାଣା ଗ୍ରସ୍ତ କରିଥିଲେ। ଏହି ଗ୍ରସ୍ତ ପାଇଁ ରାଜଭବନ ରୁ ଆସିଥିବା ବିଲ୍ କୁ ଦେଖି ସାଧାରଣ ପ୍ରଶାସନ ବିଭାଗ ର ହୋସ ଉଡିଯାଇଛି। ଏହି ବିଲ୍ କୁ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜାରି ହୋଇଥିବା ଚିଠି ଅନୁସାରେ ଗତ ଜୁନ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟପାଳ ଜେଟ ଓ ହେଲିକପ୍ଟର ବ୍ୟବହାର କରିଥିଲେ । ସେ ଭୁବନେଶ୍ୱର ରୁ ଦିଲ୍ଲୀ ଯିବାପାଇଁ ରାଜଭବନ ତରଫ ରୁ ୪୧ ଲକ୍ଷ ୧୮ ହଜାର ଟଙ୍କା ବିଲ୍ ଦିଆଯାଇଥିବା ବେଳେ ଦିଲ୍ଲୀ ରୁ ରାଜ୍ୟପାଳ ହରିୟାଣା ଶୀର୍ଷାକୁ କୁ ଯିବାପାଇଁ ୫ ଲକ୍ଷ ଟଙ୍କା ବିଲ ହୋଇଥିବା ଚିଠିରେ ଦର୍ଶାଯାଇଛି। ଏହାକୁ ନେଇ ରାଜ୍ୟପାଳଙ୍କ ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ପରୋକ୍ଷରେ ସବିଶେଷ ତଥ୍ୟ ମଗାଯାଇଛି ।

ରାଜ୍ୟପାଳ କେଉଁ ଉଦ୍ଦେଶ୍ୟରେ ଏହି ସ୍ଥାନକୁ ଗସ୍ତ କରିଥିଲେ ସେ ସମ୍ପର୍କରେ ତଥ୍ୟ ଲୋଡିଛନ୍ତି ରାଜ୍ୟ ସରକାର । ଏନେଇ ୟୁଜର୍ସ ସାର୍ଟିଫିକେଟ ଦାଖଲ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ ରାଜ୍ୟପାଳଙ୍କ ସଚିବଙ୍କୁ କୁହାଯାଇଛି । ତେବେ ରାଜ୍ୟପାଳଙ୍କୁ ସରକାରଙ୍କ ତରଫରୁ ଏଭଳି ତଥ୍ୟ ମାଗିବା ଏବଂ ରିପୋର୍ଟ ତଲବ କରିବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a comment