କେନ୍ଦ୍ର କଲା ନିରାଶ, ୬୦ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ଦେବେ କ୍ଷତିପୂରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଗତ ୮ ମାସ ଭିତରେ ରାଜ୍ୟରେ ଯେଉଁ କୋଭିଡ ଯୋଦ୍ଧାମାନେ କରୋନା ମୁକାବିଲାରେ ଯୋଗଦେଇ ସହିଦ ହୋଇଛନ୍ତି ସେମାନଙ୍କ ପରିବାରକୁ ଭରଣପୋଷଣ ଦିଆଯିବ।
ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା ହୋଇଥିଲା। ରାଜ୍ୟ ସରକାରଙ୍କ ତାଲିକା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦ ଜଣ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହୋଇସାରିଛି। କିନ୍ତୁ କେନ୍ଦ୍ର ସରକାର ଜଣେ ସହିଦ ଯୋଦ୍ଧାଙ୍କ ପରିବାରକୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ସରକାର ପୁଣି ଥରେ ଏହି ତାଲିକା ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି ବର୍ତ୍ତମାନ ରାଜ୍ୟରେ କୋଭିଡ କଟକଣାକୁ ମାନକ ରଖାଯାଇଛି।
ତେବେ ରାଜ୍ୟରେ କୋଭିଡରୁ କିପରି ଲୋକମାନେ ସୁସ୍ଥ ହେବେ ସେ ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନ ରାଜ୍ୟର ୭୮ ପ୍ରତିଶତ ଲୋକ ନିଜ ଘରେ ଆଇସୋଲେସନରେ ଅଛନ୍ତି। ତେଣୁ ଘରେ କ୍ୱାରେଣ୍ଟାଇନରେ ରହୁଥିବା ଓ ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟରେ ଆଣ୍ଟି ଭାଇରାଲ ଡ୍ରଗ୍ସ ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଅନ୍ୟପଟେ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବାରୁ ମୁଖ୍ୟମନ୍ତ୍ରୀ ଆସ୍ୱସ୍ତି ପ୍ରକାଶ କରିଛନ୍ତି। ତେବେ କରୋନାରେ ଜାତୀୟ ସୁସ୍ଥ ହାର ୮୫ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ୮୯ ପ୍ରତିଶତ ରହିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷ କରୋନା ଷ୍ଟେଟ ହୋଇଥିବା ବେଳେ ସେଥିରୁ ୬.୭୫ ପ୍ରତିଶତ ପଜିଟିଭ ଆସିଛି।
ତେଣୁ ଏହି ପାର୍ବଣ ଋତୁରେ ଲୋକମାନଙ୍କୁ ଅଧିକ ସତର୍କ ରହିବା ସହ କୋଭିଡ ନିୟମର ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଏଥିସହ ପ୍ରଶାସନକୁ କୋଭିଡ ସଚେତନତା ଓ ଔଷଧ ସେବନ ସମ୍ପର୍କରେ ସଚେତନତା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ଲାଜମା ଦାନରେ ପୁଲିସ ଅଧିକାରୀଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Leave a comment

You cannot copy content of this page