ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ

0

ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ ହୋଇଛନ୍ତି । ରାଜେଶଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି । ଭାରତୀୟ ପୋଲିସ ସେବା ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାପିଟାଲ ଥାନା ଅଞ୍ଚଳରେ ଗତ ୨୭ରେ ଘଟିଥିବା ଘଟଣା ପାଇଁ ସସ୍‌ପେଣ୍ଡ କରାଯାଇଛି।

ସୂଚନା ମୁତାବକ, ଗତ ୨୭ ତାରିଖରେ ଆଇପିଏଏସ୍ ପଣ୍ଡିତ୍ କ୍ରାଇମବ୍ରାଞ୍ଚ ର ଏକ ଶାଖାରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇ ସେଠାରେ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମାରିବା ସହ ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିବାକୁ କହିଥିଲେ । ଏହି ଘଟଣାକୁ ନେଇ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ମାମଲା ଦାଏର କରିଥିଲେ ବି ପୋଲିସ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା ।

କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସେ ସସ୍‌ପେଣ୍ଡ ହୋଇଥିବ ସୂଚନା ମିଳିଛି । ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି । ରାଜେଶ ପଣ୍ଡିତଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Leave a comment