ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଇକୋର୍ଟରେ ପୌର ନିର୍ବାଚନ ମାମଲା । ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ଟି ପୃଥକ ପୃଥକ ମାମଲା ଏକତ୍ର ଶୁଣାଣି କଲେ ହାଇକୋର୍ଟ । ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।
ରାଜ୍ୟରେ ପୌର ନିର୍ବାଚନକୁ ନେଇ ରୁଜୁ ହୋଇଥିଲା ୩ଟି ମାମଲା । କଟକ, ପୁରୀ ଓ ଭୁବନେଶ୍ବରର ବାସିନ୍ଦା କରିଥିଲେ ମାମଲା । କଟକରୁ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀରୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଭୁବନେଶ୍ବରରୁ ପ୍ରସନ୍ନ କୁମାର ମିଶ୍ର ମାମଲା ଦାୟର କରିଥିଲେ । ପକ୍ଷ ରଖିବେ ରାଜ୍ୟ ନିର୍ବାଚନ ଆୟୋଗ । ୪ ସପ୍ତାହ ପରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।