ରାଜ୍ୟ କ୍ୟାବିନେଟ୍ ବୈଠକ, ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର

0

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୯ ପ୍ରସ୍ତାବରେ ବାଜିଲା ମୋହର । ଶୁକ୍ରବାର ପୂର୍ବାହ୍ନ ୧୧ଟା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ଯୋଜନାରେ ଯୁବକ ଓ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ପ୍ରତିବର୍ଷ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ। ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଦିଆଯିବ ଏହି ଦକ୍ଷତା ବିକାଶ ତାଲିମ । ଏଥିପାଇଁ ୩୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସରକାରୀ ଦକ୍ଷତା ଓ ଶିକ୍ଷାନୁଷ୍ଠାନ ଜାରିଆରେ ତାଲିମ ଦିଆଯିବ । ଏହାଦ୍ଵାରା ରାଜ୍ୟରୁ ବେକାରୀ ସମସ୍ୟା ଦୂର ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ସେହିପରି ନାଇଜର ପରିସରରେ କ୍ୟାନସର ହସ୍ପିଟାଲ ହେବ । ଟାଟା ମେମୋରିଆଲ ପକ୍ଷରୁ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏଥିପାଇଁ ସରକାର ୪୮.୮୪୨ ଏକର ଜମି ପ୍ରଦାନ କରିବେ । ସେହିପରି ଅସ୍ତରଙ୍ଗ, ଗୋପ, କାକଟପୁରରେ ପାନୀୟ ଜଳ ପ୍ରକଳ୍ପ ହେବ । ସେହିପରି ଆହୁରି ଆଗେଇବ ମିଲେଟ ମିଶନ । ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁର ମିଳିଛି । ଏଥିପାଇଁ କ୍ୟାବିନେଟରୁ ଅର୍ଥ ମଞ୍ଜୁର କରାଯିବ ।

ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତକୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା । ୪୩୭୩ ପଞ୍ଚାୟତରେ ଖୋଲିବ ବ୍ୟାଙ୍କିଙ୍ଗ ଆଉଟଲେଟ । ଖୁବଶୀଘ୍ର ସେବା ମିଳବ। ଲୋକମାନେ ଘର ପାଖରେ ଟଙ୍କା ଦେଣନେଣ କରିପାରିବେ । ଆଇଟି ବିଭାଗ ପକ୍ଷରୁ ବ୍ୟାଙ୍କି ସେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏ ନେଇ କ୍ୟାବିନେଟରେ ମଞ୍ଜୁର ମିଳିଛି ।

ସେହିପରି ଓଡ଼ିଶା ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ପଲିସି ୨୦୨୩ ଗଠନକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ରୁଲକୁ ମଞ୍ଜୁରୀ ମିଳିଛି । ଅନୁସୂଚିତ ଜାତି ଜନଜାତିଙ୍କ ନିଯୁକ୍ତି ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପାଇଁ ଅଧ୍ୟାଦେଶ ଆସିଛି।

Leave a comment