ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅପରାହ୍ନରେ ଲୋକସେବା ଭବନରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସମସ୍ତ ମନ୍ତ୍ରୀ ଯୋଗ ଦେବେ । 5ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବବା ରହିଛି ।
ସୂଚନାଯୋଗ୍ୟ, ଏହି ବୈଠକରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ବିଭାଗ, ସାଧାରଣ ଅଭିଯୋଗ ଓ ପ୍ରଶାସନ ବିଭାଗର 5ଟି ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡ଼ିଛି ।

Leave a comment