କାଲି ରାଜ୍ୟ କ୍ୟାବିନେଟ ବୈଠକ
ଓଡିଶା ଫାଷ୍ଟ( ବ୍ୟୁରୋ): ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ଉଭୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ୧୧ଟା ୪୫ମିନିଟରେ କ୍ୟାବିନେଟ ବୈଠକ ହେବ । ଫେବୃଆରୀ ୧୪ରେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୧୮ ତାରିଖରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ ହେବ । ୨୦୨୦-୨୧ ଆର୍ଥିକ ବର୍ଷର ଆର୍ଥିକ ବଜେଟ ଅଟକଳ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅନେକ ଅର୍ଥ ବିଶାରଦଙ୍କ ସହ ସାଧାରଣ ଜନତାଙ୍କ ମତାମତକୁ ନେଇ ପ୍ରସ୍ତୁତ କରାଯାଇଛି । ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ ।