ଏଥର ବଜେଟକୁ ଗ୍ରୀନ ବଜେଟ ବୋଲି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବ ରାଜ୍ୟ ବଜେଟ। ପୂର୍ବରୁ ବଜେଟ୍ ନିମନ୍ତେ ପୁସ୍ତିକା ଛପା ଯାଉଥିବା ବେଳେ ଏଥରର ବଜେଟ୍ ହେବ ପେପରଲେସ୍ । ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି।
ସୂଚନାଯୋଗ୍ୟ, ଏଥର ବଜେଟ୍ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ । ତେଣୁ ବଜେଟ ପୁସ୍ତିକା ଛପା ଯାଇନାହିଁ। ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଯିବ। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ ଏଥିଲାଗି ହଜାରେରୁ ଅଧିକ ଗଛ କାଟିବାକୁ ପଡ଼ିଥାନ୍ତା। ଏହି ଡିଜିଟାଲ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରି କହିଛନ୍ତି- ସବୁଜ ଓ ନିରନ୍ତର ବିକାଶ ଲାଗି ରାଜ୍ୟ ସରକାର ବଦ୍ଧପରିକର। ଏଥିସହ GO GREEN ଓ ଗ୍ରୀନ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।