୧୭ରେ ବିଜେପି ରାଜ୍ୟସଭାପତି ନିର୍ବାଚନ

0

ଓଡିଶା ଫାଷ୍ଟ (ବ୍ୟୁରୋ) : ଆସନ୍ତା ୧୭ ତାରିଖ ଦିନ ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ।  ୧୬ ତାରିଖ ଅପରାହ୍ନ ୩ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ହେବା ପରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଆବଶ୍ୟକ ପଡିଲେ ୧୭ ତାରିଖ ଦିନ ରାଜ୍ୟ ସଭାପତି ନିର୍ବାଚନ ସକାଳ ୧୦ଟାରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଅପରାହ୍ନ ୧.୩୦ରେ ଭୋଟ ଗଣତି କରାଯିବା ପରେ ନୂତନ ସଭାପତିଙ୍କ ନାମ
ଘୋଷଣା କରାଯିବ । ଯଦି ରାଜ୍ୟସଭାପତି ପାଇଁ ଜଣେ ପ୍ରାର୍ଥୀ ରୁହନ୍ତି, ତେବେ ସେହି ପ୍ରାର୍ଥୀଙ୍କ ନାମ ୧୭ତାରିଖ ଦିନ ସକାଳ ୧୧ଟାରେ କେନ୍ଦ୍ର ନିର୍ବାଚନରୁ ଆସିଥିବା ପର୍ଯ୍ୟବେକ୍ଷକ ଘୋଷଣା କରିବେ ଏବଂ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖପାତ୍ର  ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ଏହି ନିର୍ବାଚନ ସହ ୨୧ଲୋକସଭା କ୍ଷେତ୍ରରୁ ନିର୍ବାଚିତ ୨୧ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ଅନୁଷ୍ଠିତ
ହେବ, ଯେଉଁମାନେ କେନ୍ଦ୍ରୀୟ ସଭାପତି ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେବେ । ଏହି ଅବସରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ  ନରେନ୍ଦ୍ର ସିଂ ତୋମର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ରାଜୀବ ପ୍ରତାପ ରୁଢୀ, ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ସମ୍ପାଦକ ସୌଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡିଶା ପ୍ରଭାରୀ ସାଂସଦ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ, ସମସ୍ତ ସାଂସଦ, ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ, ପୂର୍ବତନ ସାଂସଦ ଓ ବିଧାୟକ, ସମସ୍ତ ଜିଲ୍ଲା ପରିଷଦ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ, ସମସ୍ତ ବ୍ଲକ ଚେୟାରମ୍ୟାନ, ମ୍ୟୁନିସିପାଲିଟି ଚେୟାରମ୍ୟାନ, ପୂର୍ବତନ ଜିଲ୍ଲା ସଭାପତି, ଜିଲ୍ଲାର ସମସ୍ତ ନିର୍ବାଚନ ଅଧିକାରୀ ଓ ସହ-ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ ।
୨୦୧୯ ଜୁଲାଇ ୬ ତାରିଖରେ ଯେଉଁ ସାଙ୍ଗଠନିକ ପର୍ବ ଆରମ୍ଭ ହୋଇଥିଲା ତାହା ସମାପ୍ତି ହୋଇଛି । ଯାହା ଫଳରେ ଓଡିଶାରେ ବିଜେପି ୨୫,୭୫୯ ବୁଥ୍ କମିଟି ଗଠନ କରିପାରିଛି । ଏହା ସହ ୮୫୦ଟି ମଣ୍ଡଳ କମିଟି ଗଠନ ହୋଇପାରିଛି ଏବଂ ୩୪ଟି ସାଙ୍ଗଠନିକ
ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାର ଶ୍ରୀ ରାୟ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ପବିତ୍ର ମୋହନ ଦାସ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ମହିଳା
ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment