ପିପିଲି ଗଣବଳାତ୍କାର ମାମଲାରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ମହାରଥୀ, ଜୋର ଧରିଲା ଇସ୍ତଫା ଦାବି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ଗଣବଳାତ୍କାର ମାମଲାରେ ବିବାଦୀୟ ବୟାନ ଦେବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଅଡ଼ୁଆରେ ପକାଇଛି । ବିରୋଧୀ ଦଳ ପକ୍ଷରୁ ମହାରଥୀଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ତାଙ୍କ ଇସ୍ତଫା ଦାବି ଜୋର ଧରିଛି । ଏହି କ୍ରମରେ ଗୁରୁବାର ମହିଳା କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ । ମାତ୍ର ଶିଶୁଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ କର୍ମୀ ଓ ପୋଲିସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏପରିକି ମହିଳାମାନେ ପୋଲିସ ଉପରକୁ ଟମାଟୋ ମାଡ଼ କରିଥିଲେ । ଏହି ଧସ୍ତାଧସ୍ତି ବେଳେ ଜଣେ ମହିଳା କଂଗ୍ରେସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ ଅଛନ୍ତି । ତେବେ କର୍ମୀମାନେ ମହାରଥୀଙ୍କ ଇସ୍ତଫା ଦାବି କରିବା ସହ ମହେଶ୍ୱର ମହାନ୍ତିଙ୍କୁ ବି ଟାର୍ଗେଟ କରିଛନ୍ତି ।