ବିଜୟଙ୍କ ପାଇଁ ପାଟକୁରାରେ ପହଞ୍ଚିଲେ ଷ୍ଟାର ପ୍ରଚାରକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ଣତା ବୃଦ୍ଧି ପାଉଛି । ଆଉ ଦିନ କେଇଟା ପରେ ନିର୍ବାଚନ ଥିବାରୁ ରବିବାର ଗରଦପୁର ବ୍ଲକ ଅଞ୍ଚଳରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାର୍ଇ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଗରଦପୁର ସମେତ ମାର୍ଶାଘାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଏହି ଅବସରରେ ସେ କହିଛନ୍ତି, ସବୁବେଳେ ଓଡ଼ିଆଙ୍କ ସ୍ବାଭିମାନ ରକ୍ଷା ପାଇଁ ଚେଷ୍ଟା କରିଆସିଥିବା ଓ ଓଡ଼ିଆଙ୍କ ସ୍ବାର୍ଥ ପାଇଁ ଲଢ଼ୁଥିବା ନେତା ବିଜୟ ମହାପାତ୍ରଙ୍କ ପ୍ରତି ପାଟକୁରାବାସୀଙ୍କର ଦୃଢ଼ ସମର୍ଥନ ରହିଛି । ହେଲେ ଦୀର୍ଘ ୨୦ ବର୍ଷ ହେବ ବିଜୟଙ୍କୁ ବିଧାନସଭାରେ ପୁରାଇ ନ ଦେବା ପାଇଁ ବିଜେଡି ପକ୍ଷରୁ ଅନେକ ପେଞ୍ଚ କରାଯାଇଛି । ଜଣେ ଅଭିଜ୍ଞ ରାଜନେତା ହୋଇ ଥିବାରୁ ସେ ବିଧାନସଭାରେ ଶାସକ ଦଳର ଅନେକ ତ୍ରୁଟି ଧରିପାରିବା ସହ କେନ୍ଦ୍ରରୁ ଆସୁଥିବା ଅନୂଦାନ ଅର୍ଥର ଟିକିନିକି ହିସାବ ଗାଁ ଗଣ୍ଡାର ଲୋକେ ପାଇପାରିବେ ବୋଲି ଧର୍ମେନ୍ଦ୍ର କହିଥିଲେ ।

ସେହିପରି ଦଳର ରାଜ୍ୟ ସଭାପତି ପଣ୍ଡା, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ମଲିକ ଓ ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁ ପ୍ରମୁଖ ବିଭିନ୍ନ ପଞ୍ଚାୟତକୁ ଯାଇ ଘରକୁ ଘର ବୁଲି ବିଜୟଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

Leave a comment