କଂଗ୍ରେସରୁ ବହିଷ୍କୃତ ହେଲେ ଶ୍ରୀକାନ୍ତ ଓ ସଗରିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳ ବିରୋଧୀ ମନ୍ତବ୍ୟ ଓ କାର୍ଯ୍ୟକଳାପ କୁ ଆଧାର କରି ଆଜି ଶ୍ରୀକାନ୍ତ ଓ ସଗରିଆଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଆଉ ଏଥିରେ ମୁଖ୍ୟ ନାୟକ ସାଜିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରାୟ ୫ ବର୍ଷତଳେ ଅକ୍ଟୋବର ମାସରେ ସୌମ୍ୟ ପଟ୍ଟନାୟକଙ୍କୁ ଶ୍ରୀକାନ୍ତ ହିଁ ବହିଷ୍କାର କରାଇଥିବା କୁହାଯାଉଛି । ୫ବର୍ଷ ପରେ ତାର ମଧୁର ପ୍ରତିଶୋଧ ନେବାକୁ ନିରଞ୍ଜନ ମନେ ମନେ ପାଞ୍ଚିଥିଲେ । ୨୦୧୨ରେ ତାଙ୍କ ପିସିସି ସଭାପତି ପଦ ଯାଇଥିଲା । ତାର ୫ ବର୍ଷ ପରେ ସର ପୁଣି ପିସିସି ସଭାପତି ପଦ ପାଇଲେ । ଆଜି ସେ ସମୟ ଆସିଛି ପହଞ୍ଚି ଯାଇଛି ସୌମ୍ୟଙ୍କ ବହିଷ୍କାରର ଜବାବ ନେବାପାଇଁ ।

ସେହିପରି ବିଶୃଙ୍ଖଳିତ ଆଚରଣ ଲାଗି ଆସନ୍ତା ସାଧାରଣ ର୍ନିବାଚନରେ ସଗରିଆଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ବୋଲି ଶୁକ୍ରବାର ନିରଞ୍ଜନ କହିବା ପରେ ଏହାର ଜବାବ ଦେଇ ସଗରିଆ କହିଛନ୍ତି, କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ । ଟିକେଟ କିଏ ପାଇବ ତାହା କହିବାକୁ ସେ କେହି ନୁହନ୍ତି । ସେ କେବଳ ସୁପାରିସ କରିପାରିବେ । ଏଭଳି କହି ନିରଞ୍ଜନ ଦଳ ବିରୋଧି କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏପରିକି ସେ କଂଗ୍ରେସକୁ ଶେଷ କରିବାକୁ ଚାହୁଁଥିବା ସମ୍ପର୍କରେ ରାହୁଲଙ୍କୁ ଜଣାଇବେ ବୋଲି ସଗରିଆ କହିଥିଲେ । ଏହାକୁ ନେଇ ରାଜ୍ୟ ଚର୍ଚ୍ଚା ଥମିନଥିବା ବେଳେ ଆଜି ରାତିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ଆବାହକ ଅନନ୍ତ ପ୍ରସାଦ ସେଠୀ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସଗରିଆ ଓ ଶ୍ରୀକାନ୍ତଙ୍କୁ ଦଳର ବିରୋଧୀ ମତ ଓ କାର୍ଯ୍ୟକଳାପ ପାଇଁ ନିଲମ୍ବନ କରାଯାଇଥିବା ପ୍ରକାଶ କରିବାପରେ ରାଜନୈତିକ ମହଲରେ ଅଧିକ ଚର୍ଚ୍ଚା ପାଇଁ ଏହା ଖୋରାକ ଯୋଗାଇଛି ।

Leave a comment