ଶ୍ରୀମନ୍ଦିରରେ କୃଷ୍ଣ ଲୀଳା: ଆଜି ଶ୍ରୀମନ୍ଦିରରେ ପହଞ୍ଚିବ ସାତପୁରୀ ତାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା । ଏଣୁ ଆଜି ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବ । ଅଲାମଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ନିକଟରୁ ସାତପୁରୀ ତାଡ଼ ଘଣ୍ଟ ଘଣ୍ଟା କାହାଳୀର ପଟୁଆରରେ ବଡ଼ଦାଣ୍ଡ ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଭ୍ରମଣ କରି ପରେ ଅଚିନ୍ତା ପହଣ୍ଡ ରୋଷ ବେହେରଣରେ ରଖାଯିବ । ସନ୍ଧ୍ୟା ଧୂପ ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଦକ୍ଷିଣକାଳୀ ଠାକୁରାଣୀଙ୍କ ମନ୍ଦିରକୁ ଯିବେ । ଅମାବାସ୍ୟା ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯିବ । ଅମାବାସ୍ୟା ଦିନ ସନ୍ଧ୍ୟାଧୂପ ସରିବାପରେ ବସ୍ତ୍ରହରଣ ପ୍ରସ୍ତାବ ଅନୁଷ୍ଠିତ ହେବ ।

Leave a comment