ଶ୍ରୀଲଙ୍କାର ସର୍ବପୁରାତନ ଏୟାରପୋର୍ଟ ପୁଣି କାର୍ଯ୍ୟକ୍ଷମ

0

କଲମ୍ବୋ : ଦୀର୍ଘ ୫୪ ବର୍ଷର ବ୍ୟବଧାନ ପରେ ଶ୍ରୀଲଙ୍କାର ସର୍ବପୁରାତନ ଏୟାରପୋର୍ଟକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ରାଜଧାନୀ କଲମ୍ବୋରେ ଥିବା ରତ୍ମାଲାନା ଏୟାରପୋର୍ଟରେ ରବିବାର ୫୦ ଯାତ୍ରୀଙ୍କୁ ନେଇ ଆସିଥିବା ମାଳଦ୍ୱୀପର ଏକ ବିମାନ ଅବତରଣ କରିଥିଲା । ଏହି ବିମାନକୁ ୱାଟର କ୍ୟାନନ୍ ଜରିଆରେ ସ୍ୱାଗତ କରାଯାଇଥିଲା । ଷାଠିଏ ଦଶକରେ ବନ୍ଦରନାଏକେ ଏୟାରପୋର୍ଟ ନିର୍ମିତ ହେବାପରଠାରୁ ରତ୍ମାଲାନା ଏୟାରପୋର୍ଟ ଏକପ୍ରକାର ନିଷ୍କ୍ରିୟ ହୋଇପଡିଥିଲା । ୧୯୩୮ରେ ନିର୍ମିତ ଏହି ଏୟାରପୋର୍ଟ ଏକଦା ଶ୍ରୀଲଙ୍କାର ଏକମାତ୍ର ଆନ୍ତର୍ଜାତିକ ଏୟାରପୋର୍ଟଭାବେ ମାନ୍ୟତାଲାଭ କରିଥିଲା ।

Leave a comment