ଶ୍ରୀଲଙ୍କାରେ ପୁଣି ଏମରଜେନ୍ସି ଘୋଷଣା

କଲମ୍ବୋ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସୁଧୁରୁନି ଶ୍ରୀଲଙ୍କାର ଦୁର୍ଦ୍ଦଶା । ଅନାହାର ମଧ୍ୟରେ ଉବୁଟୁବୁ ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାର ଲାଗିଛି । ଆର୍ଥିକ ସଙ୍କଟ ରାଜନୈତିକ ଅସ୍ଥିରତାର ରୂପ ନେଇଛି । ଫଳରେ ଦେଶକୁ ପୁଣି ଫେରିଛି ଜରୁରୀ ପରିସ୍ଥିତି । ଶ୍ରୀଲଙ୍କାରେ ପୁଣି ଘୋଷଣା ହେଲା ଏମରଜେନ୍ସି। ସରକାର ବିରୋଧୀ ବିରୋଧର ମୁକାବିଲା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାଞ୍ଚ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଲିସ ଓ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର କ୍ଷମତା ଦେଇ ସେ ଏହି ଘୋଷଣା କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ପୁଲିସ ଓ ସୁରକ୍ଷାବାହିନୀ ଯେକୌଣସି ବ୍ୟକ୍ତିଙ୍କୁ ବି ନିଜ ଇଚ୍ଛାରେ ଗିରଫ କରିପାରିବା କ୍ଷମତା ମିଳିଯାଏ। ରାଷ୍ଟ୍ରପତିଙ୍କ ମିଡିଆ ପ୍ରଭାରୀ ଅନୁଯାୟୀ, ଜନସାଧାରଣଙ୍କ ସୁରକ୍ଷା ତଥା ଦେଶର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ ସେବା ବଜାୟ ରଖିବା ରାଜପକ୍ଷଙ୍କର ନିଷ୍ପତ୍ତି।
କଲମ୍ବୋ (ବଡ଼ ଖବର ବ୍ୟୁରୋ): ସୁଧୁରୁନି ଶ୍ରୀଲଙ୍କାର ଦୁର୍ଦ୍ଦଶା । ଅନାହାର ମଧ୍ୟରେ ଉବୁଟୁବୁ ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାର ଲାଗିଛି । ଆର୍ଥିକ ସଙ୍କଟ ରାଜନୈତିକ ଅସ୍ଥିରତାର ରୂପ ନେଇଛି । ଫଳରେ ଦେଶକୁ ପୁଣି ଫେରିଛି ଜରୁରୀ ପରିସ୍ଥିତି । ଶ୍ରୀଲଙ୍କାରେ ପୁଣି ଘୋଷଣା ହେଲା ଏମରଜେନ୍ସି। ସରକାର ବିରୋଧୀ ବିରୋଧର ମୁକାବିଲା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାଞ୍ଚ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଲିସ ଓ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର କ୍ଷମତା ଦେଇ ସେ ଏହି ଘୋଷଣା କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ପୁଲିସ ଓ ସୁରକ୍ଷାବାହିନୀ ଯେକୌଣସି ବ୍ୟକ୍ତିଙ୍କୁ ବି ନିଜ ଇଚ୍ଛାରେ ଗିରଫ କରିପାରିବା କ୍ଷମତା ମିଳିଯାଏ। ରାଷ୍ଟ୍ରପତିଙ୍କ ମିଡିଆ ପ୍ରଭାରୀ ଅନୁଯାୟୀ, ଜନସାଧାରଣଙ୍କ ସୁରକ୍ଷା ତଥା ଦେଶର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ ସେବା ବଜାୟ ରଖିବା ରାଜପକ୍ଷଙ୍କର ନିଷ୍ପତ୍ତି।