ମୁମ୍ବାଇରେ ଜରୁରୀ ଅବରତଣ କଲା ସ୍ପାଇସ୍‌ ଜେଟ୍‌ ବିମାନ

0

ସ୍ପାଇସ୍‌ ଜେଟ୍‌ର ଏକ ବିମାନ ମଙ୍ଗଳବାର ମୁମ୍ବାଇରେ ଜରୁରୀ ଅବରତଣ କରିଛି। ଡିଜିସିଏଙ୍କ ଅନୁସାରେ ସ୍ପାଇସ୍ ଜେଟ୍‌ କ୍ୟୁ-୪୦୦ ବିମାନକୁ ୱିଣ୍ଡସିଲଡରେ ଫାଟ ଯୋଗୁ ଅବତରଣ କରାଯାଇଛି। ବିମାନଟି ୨୩ ହଜାର ଫୁଟ ଉଚ୍ଚତାରେ ଉଡୁଥିବା ବେଳେ କାଚରେ ଫାଟ ପଡିଯାଇଥିଲା। ଏଣୁ କାଣ୍ଡଲା-ମୁମ୍ବାଇ ଫ୍ଲାଇଟ୍‌କୁ ତୁରନ୍ତ ଅବତରଣ କରିବାକୁ ପଡିଥିଲା।

ଘଟଣା ନେଇ ସ୍ପାଇସ୍ ଜେଟ୍‌ଙ୍କ ବୟାନ ମଧ୍ୟ ଆସିଛି। ବିମାନ ସୁରକ୍ଷିତ ଅବତରଣ କରିଥିବା କୁହାଯାଇଛି।

ଗତ ୧୭ ଦିନରେ ସ୍ପାଇସ୍ ଜେଟ୍ ବିମାନରେ ବୈଷୟିକ ତ୍ରୁଟିର ଏହା ସପ୍ତମ ଘଟଣା। ଏହା ପୂର୍ବରୁ ମଙ୍ଗଳବାର ସକାଳେ ସ୍ପାଇସ୍ ଜେଟ୍‌ର ଏକ ବିମାନକୁ କରାଚୀରେ ଅବତରଣ କରାଇବାକୁ ପଡିଥିଲା। ଡିଜିସିଏଙ୍କ ଅନୁସାରେ ଅଧିକାରୀ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a comment

You cannot copy content of this page