ସ୍ପାଇସ୍ ଜେଟ୍ରେ ନିଆଁ; ବର୍ତ୍ତିଗଲେ ୧୮୫ ଯାତ୍ରୀ

0

ପାଟଣା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉଡ଼ାଣ ଭରିବା ବେଳେ ସ୍ପାଇସ୍ ଜେଟ୍ ବିମାନରେ ଲାଗିଗଲା ନିଆଁ । ନିଆଁ ଲାଗି ଯିବା ଦେଖି ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଙ୍ଗେସଙ୍ଗେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯିବା ନେଇ ପ୍ରୟାସ କରାଯାଇଥିଲା। ଅଳ୍ପକେ ବର୍ତ୍ତିଗଲେ ୧୮୫ଜଣ ଯାତ୍ରୀ ।

ଆଜି ବିହାରର ପାଟଣା ବିମାନବନ୍ଦରରେ ସ୍ପାଇସ୍ ଜେଟ୍ ବିମାନରେ ନିଆଁ ଲାଗିଯାଇଛି । ଉଡାଣ ଭରିବା ସମୟରେ ବିମାନଟିରେ ନିଆଁ ଲାଗି ଯାଇଥିବା ବେଳେ ବିମାନରେ ଥିବା ୧୮୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିମାନଟି ଆସିବା ସମୟରେ ହଠାତ୍ କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଦମକଳବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏନେଇ ବିମାନ ବନ୍ଦରର ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଯାତ୍ରୀ ମାନଙ୍କ କୌଣସି କ୍ଷତି ହୋଇନାହିଁ ।

Leave a comment