ପରିବା ଚାଷୀଙ୍କ ପାଇଁ କୃଷିମନ୍ତ୍ରୀ ଖୋଲିଲେ ସ୍ୱତନ୍ତ୍ର ୱେବସାଇଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କୃଷି ବିଭାଗର ବଡ ନିଷ୍ପତି, ଲକଡାଉନ ସମୟରେ ପରିବା ବିକ୍ରି ପାଇଁ ସମସ୍ୟାରେ ପଡୁଥିବା ଚାଷୀ ମାନଙ୍କ ପାଇଁ ୱେବସାଇଟ ଜାରିକଲା ବିଭାଗ। ବିକ୍ରିଯୋଗ୍ୟ ପନିପରିବାକୁ ବଜାରକୁ ଆଣିବା ପାଇଁ କୃଷି ବିଭାଗର ନୂଆ ୱେବସାଇଟ odihortmarketing.nic.in ୱେବସାଇଟ ଖୋଲା ଯାଇଛି। ଗୋଟିଏ ପ୍ଲାଟଫର୍ମରେ ଯୋଡି ହୋଇଛନ୍ତି ୧୫୦୦ ବ୍ୟବସାୟୀ ସହ ପ୍ରତେକ ଜିଲ୍ଲାର ହର୍ଟିକଲଚର ଅଫିସର।

ସୂଚନାଯୋଗ୍ୟ, ରାଜ୍ୟର ୪ ଲକ୍ଷ ହେକ୍ଟର ୧୦ ଲକ୍ଷ ଏକରରେ ପତିବା ଚାଷ ହୋଇଛି । ସେହିପରି ରାଜ୍ୟରେ ୮ ରୁ ୧୦ ଲକ୍ଷ ପରିବାର ପରିବା ଚାଷ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଏହି ୱେବସାଇଟ ଜରିଆରେ ଉପକୃତ ହେବେ ପରିବା ଚାଷୀ । ପ୍ରତ୍ୟେକ ଜିଲ୍ଲାର ଉତ୍ପାଦିତ ପନିପରିବାର ତଥ୍ୟ ଏବେ ଏହି ୱେବସାଇଟରେ ରହିବ । ଚାଷୀଙ୍କ ଉତ୍ପାଦିତ ପନିପରିବାକୁ ସଠିକ ଭାବେ କିଣିବେ ବ୍ୟବସାୟୀ ।

Leave a comment