ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରାପଡା ଉପରେ ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଓଡ଼ିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ୪୧ଟି ବିଧାନସଭା ଆସନ ପାଇଁ ଅଛନ୍ତି ମୋଟ ୩୩୬ ଜଣ ପ୍ରାର୍ଥୀ । ଆଉ ଏଥି ମଧ୍ୟରେ ୩୦୧ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୩୪ ଜଣ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା କାଲି ୯୫ ଲକ୍ଷ ୬୫୩ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ହେଉଛନ୍ତି ମହିଳା ଭୋଟର । ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୪୫୫ ।

ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଏଥର ନିର୍ବାଚନରେ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ୯୦୭୦ ଅଞ୍ଚଳରେ ୧୦,୭୯୨ ବୁଥ୍‌ରେ ମତଦାନ ହେବ । ରାଜ୍ୟର ୧୦୫ଟି ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିବେ । ୧୧୨୬ଟି ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ୪ର୍ଥ ପର୍ଯ୍ୟାୟରେ ୩୦୯୨ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସେହିପରି ଚତୁର୍ଥ ପର୍ଯ୍ୟାୟରେ ୭୨,୩୬୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଥମ ଥର ପାଇଁ ୪ଟି ମତଦାନ କେନ୍ଦ୍ରକୁ ଦିବ୍ୟାଙ୍ଗ ପରିଚାଳନା କରିବେ । ୫୫୪ଟି ମତଦାନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave a comment