ଭାଜପାକୁ ଝଟକା, ପ୍ରଚାର ପାଇଁ ବ୍ୟବହାର ହେବନି ଡାକବାଜି ଯନ୍ତ୍ର: ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପାଇଁ ସିଧା ସିଧା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପିଲାଙ୍କ ପାଠପଢ଼ା ଠାରୁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତେଣୁ ନିର୍ବାଚନ ସମୟରେ ପ୍ରଚାର ଲାଗି ଡାକବାଜି ଯନ୍ତ୍ରର ବ୍ୟବହାର ନ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭାଜପାକୁ ଝଟକା ଲାଗିଛି । 

ସୂଚନାଯୋଗ୍ୟ, ଗତ ୬ବର୍ଷ ପୂର୍ବେ ନିର୍ବାଚନ ସମୟରେ ପ୍ରଚାର କାର୍ଯ୍ୟରେ ଅତ୍ୟଧିକ ଡାକବାଜି ଯନ୍ତ୍ରର ବ୍ୟବହାରକୁ ପଶ୍ଚିମବଙ୍ଗ ସରକାର ରୋକ୍‌ ଲଗାଇଥିଲେ । ଯାହାକୁ ସୁପ୍ରିମକୋର୍ଟରେ ଭାଜପା ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । ଭାଜପା ପକ୍ଷରୁ କରାଯାଇଥିବା ସେହି ଅଭିଯୋଗର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥିସହ ଆଗାମି ନିର୍ବାଚନରେ ମଧ୍ୟ ଡାକବାଜି ଯନ୍ତ୍ରର ବ୍ୟବହାର ନ କରିବାକୁ ମାନ୍ୟବର କୋର୍ଟ କହିଛନ୍ତି ।

ଅପରପକ୍ଷେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ଭାଜପାକୁ ଜନସମର୍ଥନ ନମିଳୁ ବୋଲି ଏଭଳି ରାଜନୈତିକ ଗୋଟିଚାଳନା କରୁଥିବା ଅଭିଯୋଗ କରିଛି ଭାଜପା । ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଡାକବାଜି ଯନ୍ତ୍ର ଉପରେ ରୋକ ଲଗାଇବା ଠିକ୍‌, ମାତ୍ରଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ କରିବା ଠିକ୍‌ନୁହେଁ ବୋଲି ଭାଜପା କହିଛି ।

Leave a comment