ବିଧାନସଭାରେ ଭୁଲ ସ୍ୱୀକାର କରି ଉଦାହରଣ ସୃଷ୍ଟି କଲେ ବାଚସ୍ପତି

0

ଓଡିଶା ଫାଷ୍ଟ(ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ନିଜ ଭୁଲ ସ୍ୱୀକାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବାଚସ୍ପତି ଆଜି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କୁ “ମୁଁ ଦୁଃଖିତ” ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ସ୍ମିତାରାଣୀ ମୃତ୍ୟୁ ରହସ୍ୟ ସଂପର୍କରେ ସମସ୍ତଙ୍କର ଜାଣିବା ଅଧିକାର ଅଛି, ଯଦି ସେ ଆତ୍ମହତ୍ୟା କରିଥିଲେ, ରୂପେଶ ପୁଲିସକୁ କାହିଁକି ଖବର ଦେଲେନି, କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନେଇଥିଲେ, ଫଟୋ କାହିଁକି ଉଠାଇଲେନି ବୋଲି ସେ ପ୍ରଶ୍ନ କରିଥିଲେ । ମାତ୍ର ଏହି ସମୟରେ ବାଚସ୍ପତି ହଠାତ ଗୃହ ମୁଲତବୀ ଘୋଷଣା କରିଥିଲେ । ଯାହାକୁ ନେଇ ବିରୋଧୀ ଦଳ ନେତା ଖୁବ ରାଗିଯାଇଥିଲେ ଓ ଗୃହ ଚଳାଇ ଦେବେନାହିଁ ବୋଲି କହିଥିଲେ । ଯାହାକୁ ନେଇ ଆଜି ବାଚସ୍ପତି ପ୍ରଦୀପ୍ତଙ୍କୁ ସେ ଦୁଃଖିତ କହିବା ସହ ସେ କାଲି କଥା ଠିକଭାବେ ବୁଝିବା ପୂର୍ବରୁ ଗୃହ ମୁଲତବୀ କରିଦେଇଥିଲେ ବୋଲି ନିଜ ଭୁଲ ସ୍ୱୀକାର କରିଛନ୍ତି ।

Leave a comment