4 ଦିନ ବିଳମ୍ବରେ କେରଳରେ ପହଞ୍ଚିବ ଦକ୍ଷିଣପଶ୍ଚିମ ମୌସୁମୀ: ଭାରତୀୟ ପାଣିପାଗ ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେରଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଚାରି ଦିନ ବିଳମ୍ବ ହେବାର ସମ୍ଭାବନା ଥିବା କଥା ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ କହିଛି। ଅର୍ଥାତ୍ ଜୁନ୍ ୫ ତାରିଖ ଦିନ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଏହି ଆଗୁଆ ପାଣିପାଗ ଟୁଇଟ୍ କରି ସୂଚନା ଦେଇଛି।ଭାରତୀୟ ପାଣିପାଗ ବିଭାଗର ଟୁଇଟ୍ ଅନୁସାରେ, ସ୍ବାଭାବିକ ଭାବେ ଜୁନ୍ ୧ ତାରିଖ ଦିନ କେରଳରେ ପହଞ୍ଚୁଥିବା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଏ ବର୍ଷ ସାମାନ୍ୟ ବିଳମ୍ବରେ ପହଞ୍ଚିବ। ଏହାଛଡ଼ା ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହା ନିକଟବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ୍ମାର୍କରେ ପରିଣତ ହୋଇଛି। ଅର୍ଥାତ୍ ଲଘୁଚାପ ଅବପାତରେ ପରିଣତ ହେବାକୁ ଆଉ ଗୋଟିଏ ପାଦ ବାକି ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଶୁକ୍ରବାର ଦିନ ଲଘୁଚାପ ଘନୀଭୂତ ହୋଇ ଶନିବାର ସନ୍ଧ୍ୟାସୁଦ୍ଧା ବାତ୍ୟାରେ ପରିଣତ ହେବ।