ମୁହଁ ଖୋଲିଲେ ବିଦ୍ୟା: ସୌମ୍ୟଙ୍କର ଥିଲା ଅଲଗା ଝିଅ ସହିତ ସମ୍ପର୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘନଉଛି ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ। ଦୀର୍ଘ ୭ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୋଲିସ। ଏହା ଭିତରେ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ। ଗତକାଲି ସୌମ୍ୟଙ୍କ ମାଆ, ବାପା ମାମୁଁଙ୍କର ବୟାନ ଆସିଲା ପରେ ଆଜି ଆସିଛି ସନ୍ଦେହ ଘେରରେ ଥିବା ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବୟାନ। ବିଦ୍ୟା କହିଛନ୍ତିଯେ ସୌମ୍ୟଙ୍କର ଅଲଗା ଝିଅ ସହ ସମ୍ପର୍କ ଥିଲା। କାହିଁକି ମୋ ଶାଶୁ ଘରର ଲୋକ ମୋ ବିସୟରେ ଏଭଳଳି ମିଛ କଥା କହୁଛନ୍ତି ମୁଁ ଜାଣିନି। କିନ୍ତୁ ମୋ ଶାଶୁ ମୋତେ ସବୁବେଳେ କୁହନ୍ତି ମୁଁ ଯେମିତି ବୋହୂ ଚାହୁଁଥିଲି ମୋସେ ସେମିତି ବୋହୂଟିଏ ମିଳିଛି। କିନ୍ତୁ ଏବେ ସେମାନଙ୍କର କଥାରେ ପରିବର୍ତ୍ତନ ହୋଇଛି । ସୌମ୍ୟଙ୍କ ସହ ବିଦ୍ୟାଙ୍କର ବହୁତ ଭଲ ସମ୍ପର୍କ ରହିଥିଲା ବୋଲି ବିଦ୍ୟା କହିଛନ୍ତି। ବାହାଘରର ୩ ମାସ ପର୍ଯ୍ୟନ୍ତ ସବୁ ଠିକ ଚାଲିଥିଲା। କିନ୍ତୁ ଭୁବନେଶ୍ୱରୁ ଆସିଲା ପରେ ସବୁ କିଛି ବଦଳି ଯାଇଥିଲା। ସେବେଠାରୁ କଳି ଝଗଡ଼ା ହେବା ଆରମ୍ଭ ହୋଇଥିଲା।

ଏହା ପୂର୍ବରୁ ମଧ୍ୟ ସେ ଗୋଟି ଝିଅକୁ I love you ମେସେଜ କରିଥିବାର ମୁଁ ଦେଖି ଦେଇଥିଲି। ଏହା ପରେ ସେ ମୋତେ ତାଙ୍କ ଫୋନ ଠାରୁ ଦୁରେଇ ରଖନ୍ତି। ମୋତେ ତାଙ୍କ ଫୋନ୍‌ର ପାସଓ୍ୱାଡ ଦିଅନ୍ତିନି ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି ବିଦ୍ୟା। ଫୋନ୍‌ରେ ଘଣ୍ଟାଘଣ୍ଟା କଥା ହୁଅନ୍ତି ବୋଲି ବିଦ୍ୟା କହିଛନ୍ତି। ମୁଁ ତାଙ୍କ ଫୋନରେ ତାଙ୍କ କଣ୍ଟାକ୍ଟ ଠାରୁ ଫେସବୁକ କି ହ୍ୱଟସ୍‌ଆପ୍‌ ମେସେଜ ଯାହା ଦେଖିଲେ ସୌମ୍ୟ ତାକୁ ଡିଲିଟ କରିଦିଅନ୍ତି ବୋଲି କହିଛନ୍ତି ବିଦ୍ୟା।

Leave a comment