ସୋର ଦୁର୍ଘଟଣା: ମରଣ ମୁହଁରୁ ଫେରିଲା ଶିଶୁ, ଦେଇପାରୁନି ନିଜ ପରିଚୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋର ବସ୍ ଦୁର୍ଘଟଣାରେ ମରଣ ମୁହଁରୁ ବର୍ତ୍ତି ଯାଇଛି ଏକ କୋମଳମତି ଶିଶୁ । ମେଡିକାଲ ପରିସରରେ ବସି ସମସ୍ତଙ୍କ ମୁହଁକୁ ବିକଳ ହୋଇ ଚାହୁଁଛି ଶିଶୁଟି। ଦୁର୍ଘଟଣାରେ ଜଣେ ଶିଶୁ ସହ ୬ ଜଣଙ୍କ ମୃତ୍ୟୁ ଘଟିଛି । ହେଲେ ଭଗବାନଙ୍କ ଅପାର କୃପାରୁ ଦୁର୍ଘଟଣାରେ ମରଣକୁ ଆଖି ଆଗରେ ଦେଖି ଜୀବନ୍ତ ଫେରି ଆସିଛି ଶିଶୁଟି ।

ପିଲାଟି ଘରର ପରିଚୟ ଦେଇ ପାରୁନି କି ବାପାଙ୍କ ନାଁ କହି ପାରୁନି । କେବଳ ଅସ୍ପଷ୍ଟ ସ୍ବରରେ ମାଆ ସହ ଆସିଥିବା କହୁଛି । ତେବେ କେଉଁଠୁ ଆସିଛି, କେଉଁଠିକୁ ଯାଉଥିଲା ତାହା ମଧ୍ୟ କହି ପାରୁନି । ବାପାମାଆଙ୍କ ସହ ଘରୁ ବସରେ ଆସିଥିବା କହିଛି । ଏମିତି ସ୍ଥିତିରେ ପିଲାଟିର ପରିଚୟ ମିଳିପାରୁନାହିଁ । ବାପାମାଆଙ୍କର ମଧ୍ୟ କୌଣସି ସୂଚନା ମିଳିପାରିନି ।

Leave a comment