ସୋନିଆ ହସ୍ପିଟାଲରୁ ଫେରିଲେ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀ ହସ୍ପିଟାଲରୁ ଫେରିଲେ। ଏବେ ଘରେ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ଟ୍ୱିଟ୍ କରି କଂଗ୍ରେସ ସଚିବ ଜୟରାମ ରମେଶ ସୂଚନା ପ୍ରଦାନ କରିଛନ୍ତି । ସୋନିଆ ଗାନ୍ଧୀ ଜୁନ ୨ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସୋନିଆଙ୍କ ନାକରୁ ରକ୍ତ ବାହାରିବା କାରଣରୁ ଜୁନ ୧୨ରେ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ଶ୍ୱାସନଳୀରେ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ସମ୍ବୋଧିତ କଥିତ ମନି ଲଣ୍ଡ୍ରିଂ ମାମଲାରେ ନୂଆ ସମନ ଜାରି କରି ଜୁନ ୨୩ରେ ହାଜର ହେବାକୁ ସୋନିଆ ଗାନ୍ଧୀଙ୍କୁ କୁହାଯାଇଛି । ଏହାପୂର୍ବରୁ ସୋନିଆଙ୍କୁ ଜୁନ୍ ୮ରେ ହାଜର ହେବାକୁ କୁହାଯାଇଥିଲା କିନ୍ତୁ କରୋନା କାରଣରୁ ସେ ଉପସ୍ଥିତ ହୋଇପାରି ନଥିଲେ ।

Leave a comment