ପେଟ୍ରୋଲ ଢାଳି ପୁଅ ପୋଡ଼ିଦେଲା ବାପାକୁ

ଓଡିଶା ଫାଷ୍ଟ(ବ୍ୟୁରୋ): କଟକରେ ବାପାଙ୍କୁ ପୋଡି ମାରିଦେଇଛି ପୁଅ । ବାପା ଟଙ୍କା ନଦେବାରୁ ପୁଅ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ।
ସୂଚନା ଅନୁଯାୟୀ, ସିଡିଏ ସେକ୍ଟର ୬ ରାମ ମନ୍ଦିରସ୍ଥିତ ପ୍ଲଟ୍ ନଂ ୭୧୭/ଏଫରେ ମୂରଲୀଧର ସାହୁ ରହୁଥିଲେ । ସେ ହାଇକୋର୍ଟର ପିଅନ ଭାବେ କାର୍ଯ୍ୟ କରୁଥିଲେ । ମୂରଲୀଧର ପତ୍ନୀ ଶୈଳବାଳା ଓ ପୁଅ ସନ୍ତୋଷ ସହିତ ରହୁଥିଲେ । ମୂରଲୀଧର ପୁଅ କୁ ଚାକିରେ ରଖିବାପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସନ୍ତୋଷ ସେଥିରେ ରାଜିନହୋଇ ବର୍ଷେ ତଳେ ପାଇଁ କେଉଁଆଡ଼େ ଚାଲିଯାଇଥିଲା । କିଛି ମାସ ପରେ ଫେରିଆସି ଘରେ ସବୁବେଳେ ଅଶାନ୍ତି ସୃଷ୍ଟି କରିଥିଲା । ୪/୫ ତଳେ ସେ ବାପା ଙ୍କୁ ୧୫ଲକ୍ଷ ଟଙ୍କା ମାଗିଥିଲା । ମୂରଲୀଧର ଏଥିରେ ରାଜି ନହେବାରୁ ସେ ଉତକ୍ଷିପ୍ତ ହୋଇଉଠିଥିଲା । ବାପା ପୂଜା କରୁଥିବା ସମୟରେ ପୁଅ ସନ୍ତୋଷ ସ୍କୁଟିରୁ ପେଟ୍ରୋଲ କାଢ଼ି ନେଇ ମୂରଲୀଙ୍କ ଉପରେ ଢାଳିବା ପରେ ନିଆଁ ଲଗାଇ ଜାଳି ଦେଇଥିଲା। ମୂରଲୀଙ୍କୁ ପୁଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ସିଡିଏର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ମୂରଲୀଧରଙ୍କ ସ୍ତ୍ରୀ ଶୈଳବାଳା ମର୍କତନଗର ଥାନାରେ ପୁଅ ପେଟ୍ରୋଲ ଢାଳି ମାରି ଦେଇଥିବା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ପୁଅ ସନ୍ତୋଷକୁ ଗିରଫ କରିଛି।