ଅକାଳ ମୃତ୍ୟୁ ପୂର୍ବ ଲକ୍ଷଣର ଖୁଲାସା କଲେ ବୈଜ୍ଞାନିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୈଜ୍ଞାନିକମାନେ ଅକାଳ ମୃତ୍ୟୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣକୁ ଚିହ୍ନଟ କରିଛି । ଯେଉଁ ଲକ୍ଷଣରୁ ଆପଣଙ୍କ ଅକାଳ ମୃତ୍ୟୁ ହୋଇପାରେ ବୋଲି ଜଣାପଡିବ । ଜର୍ଣ୍ଣାଲ ଅଫ୍ ଗ୍ରୋଣ୍ଟୋଲୋଜିରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ, ୬୦ ବର୍ଷ ବା ଏଥିରୁ ଅଧିକ ବୟସର ୨,୯୦୬ ଲୋକଙ୍କୁ ନେଇ ଯାଞ୍ଚ କରାଯାଇଥିଲା ।

ଅଧ୍ୟୟନରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ମାନଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା । ସେମାନେ ବୃକ୍ଷ ରୋପଣ କରନ୍ତି ବା ଅଧା ଘଣ୍ଟା ଚାଲନ୍ତି କିମ୍ବା ଘର କାମ କରନ୍ତି, ତେବେ କେତେ କ୍ଲାନ୍ତ ଅନୁଭବ କରନ୍ତି ଆଦି ପ୍ରଶ୍ନ ପଚରା ଯାଇଥିଲା । ଏହି ରିସର୍ଚ୍ଚ ଆଧାରରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି କି, ସ୍ୱେଚ୍ଛାସେବୀମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କ୍ଲାନ୍ତ ଅନୁଭବ କରୁଛନ୍ତି । ସେମାନଙ୍କୁ ଅକାଳ ମୃତ୍ୟୁର ବିପଦ ଅଧିକ ରହିଛି । ଅର୍ଥାତ୍ ସେମାନେ ହାରାହାରି ବୟସ ପୂର୍ବରୁ ମରିପାରନ୍ତି । ଏପରି ଲୋକଙ୍କ ମୃତ୍ୟୁର କାରଣ ହାର୍ଟ ଆଟାକ୍, ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ରକ୍ତସ୍ରାବ ହୋଇପାରେ ।

ରିସର୍ଚ୍ଚରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କ ମତରେ, ଯେଉଁ ଲୋକମାନେ ଖୁବଶୀଘ୍ର ଥକି ଯାଆନ୍ତି ଓ ସେମାନେ ପୂର୍ବରୁ କୌଣସି ରୋଗ ବା ଡିପ୍ରେସନରେ ପୀଡ଼ିତ ଅଛନ୍ତି, ତେବେ ସେମାନଙ୍କ ଅକାଳ ମୃତ୍ୟୁର ସମ୍ଭାବନା ଅଧିକ ରହିଥାଏ । ଏପରି ଲୋକଙ୍କୁ ନିଜ ଶରୀର ପାଇଁ ଅଧିକ ଯତ୍ନଶୀଳ ହେବା ଉଚିତ୍ । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ବିପଦକୁ ଏଡାଇବାକୁ ଲୋକମାନେ ନିଜର ଇମ୍ୟୁନିଟି ପାୱାରକୁ ବଢ଼ାଇବା ଉଚିତ୍ । କିଛି ଟିପ୍ସ ଜରିଆରେ ସେମାନେ ଏହି ବିପଦକୁ ଏଡାଇ ପାରିବେ । ସେଗୁଡିକ ହେଲା:

– ଫିଟ୍ ରହିବାକୁ ପ୍ରତିଦିନ ୧୫ ମିନିଟରୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଚାଲିବା ।
– ପ୍ରତିଦିନ ସକାଳ କିମ୍ବା ସନ୍ଧ୍ୟାରେ ଯୋଗ କରିବା ।
– ଶରୀରକୁ ପୋଷଣ ତତ୍ତ୍ୱ ଯୋଗାଉଥିବା ଖାଦ୍ୟ ଖାଇବା ।
– ସେତିକି କାମ କରିବା ଉଚିତ୍, ଯାହାକୁ ଆପଣ ସହଜରେ କରିପାରିବେ । ଶରୀରକୁ ସମ୍ପୂର୍ଣ୍ଣ ଆରାମ ଦିଅନ୍ତୁ ।

Leave a comment