ସୌରଶକ୍ତିରେ ଚାଳିତ ହେବ ଓଡ଼ିଶା ବିଧାନସଭା, ସଞ୍ଚୟ ହେବ ୧ଲକ୍ଷ ୧୮ହଜାର ୟୁନିଟ ବିଜୁଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ । ସୌରଶକ୍ତିରେ ଚାଳିତ ହେବ ଓଡ଼ିଶା ବିଧାନସଭା । ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ବୈଠକ ବସିଥିଲା ।

ସୂଚନା ଅନୁଯାୟୀ, ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତା ଏବଂ ଓଆରଇଡିଏ ଯୁଗ୍ମ ନିର୍ଦେଶକଙ୍କ ଉପସ୍ଥିତିରେ ବିଧାନସଭାକୁ ସୌରଶକ୍ତିରେ ଚାଳିତ କରିବାକୁ ନେଇ ବୈଠକ ବସିଥିଲା । ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଧାନସଭାକୁ ସୌର ଶକ୍ତି ଚଳିତ କରାଯିବା ନେଇ ଓଆରଇଡିଏ ଯୁଗ୍ମ ନିର୍ଦେଶକ ଅଶୋକ ଚୌଦ୍ରୀ କହିଛନ୍ତି। ୩୫ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ଓଡ଼ିଶାର ଶାନ୍ତି ଆସୋସିୟଟକୁ ଦିଆଯାଇଥିବା ସୂଚନା ଦେଇଛନ୍ତି । ପ୍ଲାଣ୍ଟ ଛାତର ବର୍ଗ ଅନୁସାରେ ୯୦ କିଲୋୱାଟର ଲାଗିବ। ବର୍ଷକୁ ୧ଲକ୍ଷ ୧୮ହଜାର ୟୁନିଟ ବିଜୁଳି ସଞ୍ଚୟ ହେବ ବୋଲି ଆଶା କରାଯାଉଛି। ୧୨୦ ଦିନ ଭିତରେ କାମ ସାରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ବିଧାନସଭାର ବହୁତ ଟଙ୍କା ବିଜୁଳିରେ ଖର୍ଚ୍ଚ ହେଉଥିଲା, ତାହା ସଞ୍ଚୟ ହେବ ବୋଲି ବାଚସ୍ପତି କହିଛନ୍ତି ।

Leave a comment