ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ମାଟି ଅନୁକୂଳ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ଦୁର୍ଗାପୂଜା ଉପଲକ୍ଷେ ଝାରପଡା ପୂଜା ସମିତି ପକ୍ଷରୁ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଗତକାଲି ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମିତି କର୍ମକର୍ତ୍ତା ମାନେ ତିଥି ଓ ସମାୟାନୁସାରେ ୧୧.୫୫ ସମୟରେ ଝାରପଡା ଦୁର୍ଗା ମଣ୍ଡପରୁ ଏକ ଶୋଭାଯାତ୍ରରେ ବାହାରି କୂଅଖାଇ ନଦୀ କୂଳକୁ ଯାଇଥିଲେ । ସେଠାରେ ଯଥାବିଧି ପୂଜାର୍ଚ୍ଚନା କରାଯିବାପରେ ମାଟି ଅନୁକୂଳ କରାଯାଇଥିଲା । ଏହା ପରେ ସେହି ମାଟିକୁ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା । ଏହି ଶୋଭାଯାତ୍ରାରେ ଝାରପଡା ବାସିନ୍ଦାଙ୍କ ସହ ସମିତି ସଭାପତି ଶିଖର ଜେନା, ସମ୍ପାଦକ ଧରଣୀଧର ଜେନା, ଆବାହକ ଶ୍ରୀଧର ଜେନା, ଉଗ୍ରସେନ ମଙ୍ଗରାଜ, ରଂଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment