ସାପ ବିଷରୁ ବଞ୍ଚାଇଲା ମୋଜା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ କୁ ଯିବାପାଇଁ ଜୋତା ପିନ୍ଧିବା ସମୟରେ କାମୁଡ଼ିଲା ସାପ । ଏଭଳି ଅଭାବନୀୟ ଘଟଣା ଭୁବନେଶ୍ୱର ର ପଟିଆ ଅଞ୍ଚଳ ରେ ଘଟିଯାଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ପଟିଆ ଅଞ୍ଚଳର ବୁଲୁ ରଞ୍ଜନ ରାଉତ ଙ୍କ ୭ ବର୍ଷର ପୁଅ ରିଷଭ ସବୁଦିନ ପରି ସ୍କୁଲ ଯିବାକୁ ବାହାରିଥିଲା । ଜୋତା ପିନ୍ଧିବା ବେଳେ ରିଷଭ ଙ୍କ ଜୋତା ଭିତରେ ଥିବା ନାଗସାପ ଛୁଆ ତାଙ୍କୁ କାମୁଡି ଦେଇଥିଲା । ସେ ପାଟି କରିବାରୁ ତାଙ୍କ ଜେଜେବାପା ଜୋତାଟିକୁ କାଢି ଝାଡ଼ି ଦେବାରୁ ଏକ ନାଗ ସାପ ଛୁଆ ତଳେ ପଡିଯାଇଥିଲା । ଏହାକୁଦେଖି ସେମାନେ ଆଉ କାଳ ବିଳମ୍ବ ନକରି ରିଷଭ ଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଦୌଡ଼ି ଥିଲେ । ସେଠାରେ ଡାକ୍ତର ଚିକିତ୍ସା ସମୟରେ ଜାଣିବାକୁ ପାଇଥିଲେ କି ରିଷଭ ମୋଟ ମୋଜା ପିନ୍ଧି ଥିବାରୁ ନାଗସାପ ଛୁଆରେ ବିଷ ତାଙ୍କ ଗୋଡ ପର୍ଯ୍ୟନ୍ତ ଯାଇ ପାରିନଥିଲା । ସୌଭାଗ୍ୟ ବଶତଃ ରିଷଭଙ୍କର କୌଣସି କ୍ଷତି ହୋଇନଥିଲା ।