ନୂଆ ରୂପରେ ସମାଜସେବୀ ଓ ଉଦ୍ୟୋଗପତି ରୁଦ୍ର ସାମନ୍ତରାୟ: ଯୋଗଦେଲେ ବିଜେଡ଼ିରେ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରୁଦ୍ର ନାରାୟଣ ସାମନ୍ତରାୟ ଆଜି ନୂଆ କରି ରାଜନୀତିରେ ପାଦ ଥାପିଛନ୍ତି ଓ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦେଇଛନ୍ତି । ରୁଦ୍ର ନାରାୟଣ ସାମନ୍ତରାୟ ଯେକି ରାଜଧାନୀରେ ସମାଜସେବୀ ଓ ପ୍ରତିଷ୍ଠିତ ଯୁବ ଉଦ୍ୟୋଗପତି ରୂପେ ଖୁବ ପରିଚିତ ।

ସୂଚନା ଅନୁଯାୟୀ, ଭବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡ଼ିଶାର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗପତି ରୁଦ୍ର ନାରାୟଣ ସାମନ୍ତରାୟ । ରୁଦ୍ର ଆଜି ଅପରାହ୍ନରେ ପାଖାପାଖି ୧୦ ହାଜରରୁ ଉର୍ଦ୍ଧ ସମର୍ଥକଙ୍କ ସହ ଭୁବନେଶ୍ବର ସହିଦନଗର ଦୁର୍ଗାପୂଜା ମଣ୍ଡପଠାରୁ ଏକ ବିଶାଳ ରାଲିରେ ବାହାରି ବିଜେଡି କାର୍ଯ୍ୟାଳୟ ଅଭିମୁଖେ ଚାଲିଥିଲେ ।

ରାଜଧାନୀର ଶତାଧିକ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଠାରୁ ଆରମ୍ଭ କରି ପ୍ରତି ବର୍ଗର ଲୋକ ସାମିଲ ହୋଇଥିଲେ ଏହି ରଲୀରେ । ଯିବା ବାଟରେ ବିଭିନ୍ନ ଛକରେ ରୁଦ୍ରଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବାପରେ ସେଠାରେ ତାଙ୍କୁ ସମ୍ମାନର ସହ ପାଛୋଟି ନିଆଯାଇଥିଲା । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର ସଦସ୍ୟ ହୋଇଥିଲେ ରୁଦ୍ର ସାମନ୍ତରାୟ । ମୁଖ୍ୟମନ୍ତ୍ରୀ ନିଷ୍ଠାପର ଭାବେ ଓଡ଼ିଶାର ଉର୍ଣ୍ଣତ୍ତି ପାଇଁ ବିଭିନ୍ନ ଯୋଜନା କରୁଥିବା ଓ ଯୁବକ ମାନକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ଏଥିରେ ରୁଦ୍ର ନାରାୟଣ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇ ଥିବା ପ୍ରକାଶ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ୱ ଦେବେ ତାହା ସୂଚାରୁ ରୂପେ ତୁଲାଇବେ ବୋଲି କହିଥିଲେ ରୁଦ୍ର ନାରାୟଣ । ଭୁବନେଶ୍ୱର ମଧ୍ୟମରେ ରୁଦ୍ରଙ୍କର ଭଲ ସଂଗଠନ ଥିବାରୁ ତାଙ୍କୁ ମଧ୍ୟ ଆଶାୟୀ ପ୍ରାର୍ଥୀ ଭାବେ ବିଜେଡି ମହଲରେ ବିବେଚନା କରାଯାଉଛି ।

Leave a comment