ICSI ଓ SOA ମଧ୍ୟରେ MOU ସ୍ୱାକ୍ଷରିତ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ହେବ ସହାୟକ

0

ଭୁବନେଶ୍ୱର ୧୨।୧୨: ଦ ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟେରୀଜ ଅଫ ଇଣ୍ଡିଆ ଓ ଶିକ୍ଷା ଓ ଅନୁସନ୍ଧାନ ସହ ଏମଓୟୁ ସ୍ୱାକ୍ଷର । ଭାରତୀୟ କମ୍ପାନୀ ସଚିବ ସଂସ୍ଥାନର କର୍ମକର୍ତ୍ତା, ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷା ଓ ଅନୁସନ୍ଧାନର ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏମଓୟୁ ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ।
ସେମିନାର, ମ୍ୟାନେଜମେଣ୍ଟ , ଫାଇନାନ୍ସ, ସାମାଜିକ ବିକାଶ, କର୍ପୋରେଟର କ୍ଷେତ୍ରରେ ସହାୟତା ପାଇଁ ଏହି ଏମଓୟୁ ସ୍ୱାକ୍ଷର ବିଶେଷ ସହଯୋଗ କରିବ ବୋଲି ଆଲୋଚନା ହୋଇଛି । ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିନିଷ୍ଟ୍ରେଟିଭ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦ ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟେରୀଜ ଅଫ ଇଣ୍ଡିଆ ଦିଲ୍ଲୀ ୟୁନିଭରସିଟିର ସଭାପତି ଓ ଭୁବନେଶ୍ୱରର ପ୍ରମୁଖ କର୍ମକର୍ତ୍ତା ସାମିଲ ଥିଲେ ।
ଏଥିସହ ଶିକ୍ଷା ଓ ଅନୁସନ୍ଧାନର ଭିସି ଅଶୋକ ମହାପାତ୍ରଙ୍କ ସମେତ ପ୍ରୋ ଭାଇସଚାନ୍ସେଲର ପିକେ ନନ୍ଦ ଓ ପ୍ରଫେସର ଗଣ ଉପସ୍ଥିତ ରହିଥିଲେ ।

Leave a comment