ସ୍ନାନଯାତ୍ରା ର ୪୮ଘଣ୍ଟା ପୂର୍ବରୁ ସ୍ୱାବ ଟେଷ୍ଟିଂ ନେଗେଟିବ ରିପୋର୍ଟ ନିଶ୍ଚିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରଙ୍କ ମାର୍ଗଦର୍ଶୀକା ପ୍ରକାରେ ମହାପ୍ରଭୁଙ୍କ ୨୦୨୧ ସ୍ନାନଯାତ୍ରା ନୀତି କାନ୍ତି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହୁଥିବା ଶ୍ରୀମନ୍ଦିରସେବାୟତ ଏବଂ କର୍ମଚାରୀ ମାନେ କୋଭିଡ଼ ଟୀକାକରଣ ର ୨ ଗୋଟି ଡୋଜ ନେଇଥିଲେ ହେଁ ସ୍ନାନଯାତ୍ରା ନୀତିରେ ଯୋଗଦେବା ପାଇଁ ପ୍ରାଧିକୃତ ସେବାୟତ ଏବଂ କର୍ମଚାରୀ ମାନଙ୍କ ସ୍ୱାବ ଟେଷ୍ଟିଂ ବାଧ୍ୟତାମୂଳକ ଅଟେ। ଏଣୁ ସ୍ନାନଯାତ୍ରା ର ୪୮ଘଣ୍ଟା ପୂର୍ବରୁ ସ୍ୱାବ ଟେଷ୍ଟିଂ ନେଗେଟିବ ରିପୋର୍ଟ ନିଶ୍ଚିତ କରାଇବା ପାଇଁ, ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଆଜି ତା ୨୦.୬.୨୦୨୧ ରିଖ ଠାରୁ ତା ୨୨.୬.୨୦୨୧ ପର୍ଯ୍ୟନ୍ତ ବଡଦାଣ୍ଡସ୍ଥ ଉତ୍କଳ ହିନ୍ଦୀ ବିଦ୍ୟା ପୀଠ ଠାରେ ସକାଳ ଘ. ୯.୦୦ ରୁ ଦିବା ଘ.୧.୦୦ ଟା ଏବଂ ଅପରାହ୍ନ ଘ.୩.୦୦ ଟା ରୁ ସନ୍ଧ୍ୟା ଘ.୬.୦୦ ଟା ପର୍ଯ୍ୟନ୍ତ ଏହି ସ୍ୱାବ ଟଷ୍ଟିଂ ସେଣ୍ଟର କାର୍ଯ୍ୟ କରିବ। ଏଣୁ ନିଜ ନିଜର ସ୍ୱାବ ଟେଷ୍ଟିଂ ଧାର୍ଯ୍ୟ ସମୟ ଭିତରେ କରାଇ ନେବାକୁ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି।

Leave a comment