କ୍ୟାବିନେଟ ନିଷ୍ପତ୍ତି: ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣ, ସ୍ମାର୍ଟ ଫୋନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଶନ ଶକ୍ତି ସ୍କିମ୍‌ ଜରିଆରେ ରାଜ୍ୟରେ ଥିବା ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚଜି) ଗୁଡ଼ିକୁ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ବିନା ସୁଧରେ ଯୋଗାଇ ଦିଆଯିବ । ଏଥିସହିତ ପ୍ରତ୍ୟେକ ଏସ.ଏଚ.ଜି.କୁ ସ୍ମାର୍ଟଫୋନ ପାଇଁ ୩ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଏହି ସ୍କିମ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏକ ନୂଆ ଆପ୍‌ ଖୋଲାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶୁକ୍ରବାର କ୍ୟାବିନେଟ ଅନୁମୋଦନ କରିଛି ।

ସେହିପରି ଗ୍ରୀଡ୍‌କୋକୁ ରାଜ୍ୟ ସରକାର ୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ୩ ହଜାର କୋଟି ଟଙ୍କାକୁ ମିଶାଇ ମୋଟ ବ୍ୟାଙ୍କ ଗ୍ୟାରେଣ୍ଟି ୫ ହଜାର ୪୦୦ କୋଟି ଟଙ୍କା ରହିଛି । ଏହି ଗ୍ୟାରେଣ୍ଟି ଦ୍ୱାରା ଗ୍ରୀଡ୍‌କୋ ବ୍ୟାଙ୍କରୁ ଋଣ ଆଣି ବିଦ୍ୟୁତ ଯୋଗାଣକୁ ତ୍ୱରାନ୍ବିତ କରିପାରିବ । 

Leave a comment