ସମ୍ବଲପୁରରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଲୋକାର୍ପଣ

0

ଆଜି ସମ୍ବଲପୁରରେ ୧୫୫୩ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହେବା ସହ ସେଥିମଧ୍ୟରୁ ୩୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତଙ୍କୁ ସୁସ୍ଥ ପାଣି ଯୋଗାଇବା ପାଇଁ ସରକାର ଅଧିକ ଉଦ୍ୟମ କରୁଛନ୍ତି। ସେଥିପାଇଁ ସମ୍ବଲପୁର ଜିଲ୍ଲାକୁ ଏକ ହଜାର କୋଟି ଟଙ୍କା ପାଣି ପାଇଁ ପ୍ରକଳ୍ପ ଯୋଗାଇ ଦିଆଯାଇଛି। ୨୦୨୨ରେ ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତା କୋଠାବାଡ଼ି ଓ ସେତୁ ପାଇଁ ୩୧୫ କୋଟି ୨୮ ଲକ୍ଷ ଟଙ୍କାର ୫୭ଟି ପ୍ରକଳ୍ପ, ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ ୯ କୋଟି ୧ ଲକ୍ଷ ଟଙ୍କାର ୯୯ଟି ପ୍ରକଳ୍ପ, ସେହିପରି ସହରାଞ୍ଚଳର ବିକାଶ ପାଇଁ ୧୪ କୋଟି ୧୭ ଲକ୍ଷ ଟଙ୍କାର ୭୩ଟି ପ୍ରକଳ୍ପ, ପାନୀୟ ଜଳ ଏବଂ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୧୩ କୋଟି ୭୪ ଲକ୍ଷ ଟଙ୍କାର ୫ଟି ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

ସେହିପରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ୨୦୫ କୋଟି ୮୧ ଲକ୍ଷ ଟଙ୍କାର ୬୬ଟି ପ୍ରକଳ୍ପର ବିତ୍ତିପ୍ରସ୍ତର କରିଛନ୍ତି, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୫ କୋଟି ୫୦ ଲକ୍ଷ ଟଙ୍କାର ୧୦୨ଟି ପ୍ରକଳ୍ପ, ସହରାଞ୍ଚଳର ବିକାଶ ପାଇଁ ୧୪ କୋଟି ୪୧ ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପ, ମେଗା ପାନୀୟ ଜଳ ଯୋଗାଣ ପାଇଁ ୯୭୩ କୋଟି ଟଙ୍କାର ୩ଟି ପ୍ରକଳ୍ପ, ଜଳସେଚନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment