ସ୍ମାର୍ଟ ସିଟି ଦୌଡରେ ଦୌଡୁଦୌଡୁ ବର୍ଷା ଜଳ ନିଷ୍କାସନ ଭୁଲିଗଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଦୌଡ଼ରେ ଯେତେ ଆଗକୁ ଯିବାକୁ ଚେଷ୍ଟା କରୁଛି ବର୍ଷା ଜଳ ରେ ସେତିକି ବୁଡୁଛି। ଆଜି ଦିନରେ ଭୁବନେଶ୍ୱର ରେ ହୋଇଥିବା ଦେଢଘଣ୍ଟା ର ଲଗାଣ ବର୍ଷା ସତରେ ଯେମିତି ମୁମ୍ବାଇରେ ହେଉଥିବା କୃତ୍ରିମ ବନ୍ୟା ର ଭ୍ରମ ସୃଷ୍ଟି କରିଥିଲା। ଜୟଦେବ ବିହାର, ଆଚାର୍ଯ୍ୟ ବିହାର,ରସୁଲଗଡ଼, ଲଷ୍ମୀସାଗର, ନୟାପଲ୍ଲୀ ଇସ୍କନ ମନ୍ଦିର ଚକ ଏବଂ ବେହେରା ସାହି ଯେଉଁଆଡ଼େ ଦେଖିବ ପାଣିରେ ଉବୁଟୁବୁ ।
ଏପରିକି କାର ଗୁଡିକ ଭାସି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଜଳ ନିଷ୍କାସନ ପାଇଁ କରାଯାଇଥିବା ସବୁ ବ୍ୟବସ୍ଥା ଏଠାରେ ଫେଲ ମାରିଥିବା ସ୍ପଷ୍ଟ ଭାବରେ ଜଣାଯାଉଥିଲା। ଯଦି ଦେଢ଼ ଘଣ୍ଟା ବର୍ଷରେ ଭୁବନେଶ୍ୱର ର ଏପରି ଅବସ୍ଥା ହେଉଛି ତେବେ ଅଧିକ ବର୍ଷ ହେଲେ କଣ ହେବବୋଲି ସାଧାରଣରେ ଚର୍ଚ୍ଚା ହେଉଛି।