ଭାଙ୍ଗିଲା ବ୍ରାହ୍ମଣୀ ସେତୁର ସ୍ଲାବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଉରକେଲା ବ୍ରାହ୍ମଣୀ ସେତୁର ଏକ ସ୍ଲାବ ଭାଙ୍ଗି ଯାଇଛି । ସ୍ଲାବ ଭାଙ୍ଗିଥିବା ଅଞ୍ଚଳ ଉପରେ ଲୁହା ପ୍ଲେଟ ପକାଯାଇଛି । ମାତ୍ର ଏହି ପ୍ଲେଟ ଉପରେ କୌଣସି ଗାଡି ଯିବାକୁ ରାଜି ହେଉ ନାହାନ୍ତି ତେଣୁ ସେତୁର ଉଭୟ ପାର୍ଶ୍ଵରେ ଗାଡିର ଲମ୍ବା ଲାଇନ ଲାଗି ରହିଛି । ଫଳରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ରାଉରକେଲା ବ୍ରାହ୍ମଣୀ ସେତୁର ସ୍ଥିତି ଦୁର୍ବଳ ଥିବାରୁ ପୂର୍ବତନ ବିଜେପି ବିଧାୟକ ଦିଲ୍ଲୀପ ରାୟ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ୫ ବର୍ଷ ତଳେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କାରୀ ଦ୍ୱିତୀୟ ବ୍ରହ୍ମଣୀ ସେତୁର ଶିଳାନ୍ୟାସ କରିଥିଲେ । ହେଲେ ଏହାର କାମରେ ବିଶେଷ ଅଗ୍ରଗତି ନହେବାରୁ ଚଳିତ ନିର୍ବାଚନ ପୂର୍ବରୁ ରାଉଲକେଲା ପୂର୍ବତନ ବିଜେପି ବିଧାୟକ ଦିଲ୍ଲୀପ ରାୟ ନିଜ ପଦରୁ ଇସ୍ତଫା ଦେବା ସହ ବିଜେପି ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ ।