ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟି ନେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ହୋଲସେଲ୍ ପାନ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟି ନେଲେ। ପୁଲିସ୍ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ସୂଚନା ପାଇପାରି ନାହିଁ। ଗତକାଲି ରାତିରେ ହୋଲ୍ସେଲ୍ ପାନ ବ୍ୟବସାୟୀ ରୂପେଶ କୁମାର ମହାନ୍ତି ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ୩ ଦୁର୍ବୃତ୍ତ ତାଙ୍କ ଦୋକାନରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲା। ସମସ୍ତେ ହାତରେ ବନ୍ଧୁକ ଧରି ରୂପେଶଙ୍କୁ ଭୟଭୀତ କରିଥିଲେ। ଏହାପରେ ମାତ୍ର ୩ ମିନିଟ୍ରେ ଦୋକାନରେ ଥିବା ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।