ବିଜେଡ଼ି କଲା ମ୍ୟାନେଜ,ଓହରିଲେ ସିପ୍ରା, ଶଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ କିଶୋର ଓ ସିପ୍ରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ମ୍ୟାନେଜ ଷ୍ଟେଟଜି ଯୋଗୁଁ କେନ୍ଦ୍ରାପଡା ରାଜନୈତିକ ଅସନ୍ତୁଷ୍ଟତା ଝଡ଼ ଥମିଯାଇଛି । ବିଜେଡି ଶଶୀଭୂଷଣଙ୍କୁ ପ୍ରାର୍ଥୀ ଭାବେ ଚୟନ କରିବା ପରେ କେନ୍ଦ୍ରାପଡା ବର୍ତ୍ତମାନର ବିଧାୟକ କିଶୋର ତରାଇ ଓ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଗତକାଲି ଶଶୀଭୂଷଣ ନିଜ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ସମୟରେ ସିପ୍ରା ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ କିଶୋର ଓ ସିପ୍ରା ଶଶୀଙ୍କୁ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଭାବେ ସ୍ୱୀକାର କରିଛନ୍ତି । ସିପ୍ରା ଆଜି ତାଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହାସହ ସିପ୍ରା, “ଶଶୀଭୂଷଣ ବେହେରାଙ୍କୁ ପୂର୍ଣ୍ଣ ସମର୍ଥନ କରିବେ, ବିଧାୟକ ନହେଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ କାମ କରିବେ” ବୋଲି କହିଛନ୍ତି ।

ସେହିପରି “ଶଶୀଭୂଷଣ ହେଉଛନ୍ତି ଆମ ଦଳର ଜଣେ ପୁରୁଖା ତଥା ବରିଷ୍ଠ ନେତା ଆମେ ଏକାଠି ହୋଇ ଲଢି ମୁଖ୍ୟମନ୍ତ୍ରୀଙ୍କୁ ଜିତାଇ ଆଣୁବୁ” ବୋଲି ସିପ୍ରା କହିଛନ୍ତି ।

ଅପରପକ୍ଷରେ କିଶୋର ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତିକୁ ସମ୍ମାନ ଜଣାଇ ଶଶୀଭୂଷଣଙ୍କୁ କେନ୍ଦ୍ରାପଡାରୁ ଲଢ଼ିବାକୁ ସାହାଯ୍ୟ କରି ଜିତାଇ ଆଣିବୁ ବୋଲି ମତପ୍ରକାଶ କରିଛନ୍ତି ।

Leave a comment