କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଗତକିଛିଦିନ ହେଲା ସେ ଅସୁସ୍ଥ ଥିଲେ।

ଓଡ଼ିଆ ସିନେମାରେ ତାଙ୍କ କଣ୍ଠ ଦାନ ତାଙ୍କୁ ଓଡ଼ିଶା ବାସୀଙ୍କ ମନରେ ଚିର ସ୍ମରଣୀୟ କରି ରଖିବ । ତାଙ୍କ ସୁମଧୁର କଣ୍ଠର କିଛି ଲୋକପ୍ରିୟ ଗୀତ ହେଲା‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’, ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଟୋପାଏ ଲୁହ’ ଓ ‘ଏ ପର୍ବତ କୁଞ୍ଚି କୁଞ୍ଚିକା’। କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ମୃତ୍ୟୁ ସମଗ୍ର ଓଡ଼ିଆ ସିନେ ଜଗତ ପାଇଁ ଅପୁରଣୀୟ କ୍ଷତି ହୋଇ ରହିବ ।

Leave a comment