ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କର

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପରଲୋକରେ ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର। ରବିବାର ତାଙ୍କର ପରଲୋକ ହୋଇଛି ।ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ବିୟୋଗ ହୋଇଛି । ହୃଦଘାତରେ ତାଙ୍କ ପରଲୋକ ଘଟିଥିବା ନେଇ ରବିବାର ତାଙ୍କ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି।
ତେବେ ଓଡିଆ ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅତୂଳନୀୟ ଅବଦାନ ରହିଛି। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଥିଲା ବିଚକ୍ଷଣ ପାଣ୍ଡିତ୍ୟ।