ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କୁଇଣ୍ଟାଲେ ରୁପା ଇଟା
ଗଞ୍ଜେଇ ଖୋଜିବା ପାଇଁ ଜାଲ ବିଛାଇ ଥିବାବେଳେ ମିଳିଲା କୁଇଣ୍ଟାଲେ ରୁପା ଇଟା ।ତେବେ ଟାଙ୍ଗୀ ଟୋଲ ଗେଟ ନିକଟରୁ ୪୭ ଖଣ୍ଡ ରୂପା ଇଟା , ୧୪ ପ୍ୟାକେଟ ରୁପା ଅଳଙ୍କାର ସହ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ।ସବୁଠାରୁ ବଡ଼ କଥା ହେଉଛି କାର ର ସିକ୍ରେଟ ଚାମ୍ବର ଭିତରେ ଏତେ ପରିମାଣର ରୂପା ଚାଲାଣ କରାଯାଉଥିଲା।
ଅବକାରୀ ବିଭାଗ ଧରିବା ପରେ ଏହାକୁ ସିଟି ଜିଏସଟି ବିଭାଗକୁ ହସ୍ତାନ୍ତର କରିଛି। ତେବେ ଏହି ଘଟଣାରେ ଗାଡିର ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ଜିଏସଟି ବିଭାଗ। କେବଳ ସେତିକି ନୁହେଁ ଟ୍ୟାକ୍ସ ଫାଙ୍କିବା ସନ୍ଦେହ କରି ଜିଏସଟି ବିଭାଗ ଓ ଆୟକର ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।ଟାଙ୍ଗି ଟୋଲ ଗେଟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରିବା ପାଇଁ ଜାଲ ବିଛାଇ ଥିଲା।ତେବେ ଆସ୍କା ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ନେକ୍ସନ କାର (WB50R5876) କୁ ଅଟକାଇଥିଲା ଅବକାରୀ ବିଭାଗ।
ବେଆଇନ ଭାବରେ ଚାଲାଣ ହେଉଥିଲା କି ଏସବୁ ରୁପା ସାମଗ୍ରୀ ! ଏହି ଘଟଣାର ତଦନ୍ତ କରୁଛି ଜିଏସଟି ବିଭାଗ ? ଅଟକ ଥିବା ଦୁଇ ଜଣଙ୍କୁ ଗୋଟେ ପରେ ଗୋଟେ ପ୍ରଶ୍ନ କରି ଉତ୍ତର ଖୋଜୁଛନ୍ତି ଅଧିକାରୀ ମାନେ ।ଏହି ଗାଡ଼ିରେ ଦଡ୍ରାଇଭରଙ୍କ ସହ ଆଉଜଣେ ସହଯାତ୍ରୀ ଥିଲେ। ଦିଲୀପ ମଣ୍ଡଳ ଡ୍ରାଇଭର ଭାବେ ଗାଡି ଚଳାଉଥିଲେ ଏବଂ ଅମନ ପାଲ ଉକ୍ତ ଗାଡି ରେ ସହଯାତ୍ରୀ ଭାବେ ବସିଥିଲେ।ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଉଭୟ ପଶ୍ଚିମବଙ୍ଗ ଖଡଗପୁର ଅଞ୍ଚଳର ବାସିନ୍ଦା।ତେବେ ଜବତ କରାଯାଇଥିବା ସାମଗ୍ରୀ ର ମାଲିକ ଅନ୍ୟ ଜଣେ।ମୁଁ ଡ୍ରାଇଭର ଭାବେ କାମ କରେ।ଆସ୍କାରୁ ପଶ୍ଚିମବଙ୍ଗ ସାମଗ୍ରୀ ନେଇ ଯାଉଥିଲି।ତେବେ ଏହା ଚୋରି ସାମଗ୍ରୀ ନୁହେଁ ବୋଲି ଦିଲୀପ ମଣ୍ଡଳ କହିଛି।
ମିଳିଥିବା ସୂଚନା ମୁତାବକ ରୁପା ସାମଗ୍ରୀ ଗୁଡିକ ପଶ୍ଚିମବଙ୍ଗ ର।ଓଡିଶା ରେ ଏହା ବିକ୍ରୟ କରାଯାଉଥିଲା।ଆସ୍କା ରେ କିଛି ରୁପା ବିକ୍ରୟ କରାଯାଇଥିଲା।ପ୍ରାୟ ୧୨ ଲକ୍ଷ ଟଙ୍କାର ରୂପା ସାମଗ୍ରୀ ବିକ୍ରୟ କରାଯାଇଥିଲା।ସବୁ ସାମଗ୍ରୀ ବିକ୍ରୟ ନ ହେବାରୁ ସେସବୁ କୁ ପଶ୍ଚିମବଙ୍ଗ ଫେରାଇ ନିଆଯାଉଥିଲା ସେ କହିଛନ୍ତି।
ଅନ୍ୟପଟେ ଜିଏସଟି ଆଶିଷ୍ଟାଂଶ କମିଶନର ଆଶିଷ ସାହୁ କହିଛନ୍ତି ଜବତ ହୋଇଥିବା ରୁପା ଅଳଙ୍କାର ର ତଦନ୍ତ କରାଯାଉଛି।ଏହାର ମାଲିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।ଅଟକ ଥିବା ଦୁଇ ଜଣଙ୍କୁ ପଚରା ଉଚାର କରିବା ପରେ ସମସ୍ତ କଥା ଜଣା ପଡିବ।ତେବେ ଜିଏସଟି ଫାଙ୍କିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।ଜିଏସଟି ବିଭାଗ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି ଆୟକର ଠକେଇ ସନ୍ଦେହରେ ଆୟକର ବିଭାଗ କୁ ମଧ୍ୟ ଏହାର ତଦନ୍ତ ପାଇଁ ସୂଚନା ଦିଆଯାଇଛି।